ପାରାଦୀପ ଟ୍ରଲର ବୁଡ଼ି ଘଟଣା; ମିଳିଲା ମୃତଦେହ, ଏବେବି ଜଣେ ନିଖୋଜ୍‌

ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ମାଛଧରା ଟ୍ରଲର ବୁଡ଼ି ଘଟଣାରେ ଏବେବି  ଜଣେ ନିଖୋଜ ଅଛନ୍ତି। ତାଙ୍କ ନା ଲକ୍ଷ୍ମୀଧର ଦାସ।   ଆଜି ସକାଳୁ ନିଖୋଜ ଥିବା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମାଆ ଜାଡୁଆ ନାମକ ମାଛଧରା ଟ୍ରଲରରେ ୫ଜଣ ମତ୍ସ୍ୟଜୀବୀ ୫ଦିନ ତଳେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ।

ଗତକାଲି ଫେରୁଥିବାବେଳେ ଅପରାହ୍ନରେ ହଠାତ ସମୁଦ୍ର ଅଶାନ୍ତ ହୋଇଯାଇଥିଲା। ଲହଡ଼ି ମାଡ଼ରେ ଟ୍ରଲରଟି ବୁଡ଼ି ଯାଇଥିଲା। ଖବର ପାଇ ସ୍ଥାନୀୟ ମତ୍ସ୍ୟଜୀବୀ ଏକ ଡଙ୍ଗା ମାଧ୍ୟମରେ ୩ ଜଣଙ୍କୁ ଉଦ୍ଧାର କରିଥିଲେ।

କିନ୍ତୁ ନିଖୋଜ ଆଉ ଦୁଇ ଜଣଙ୍କୁ ଠାବ କରାଯାଇ ପାରି ନଥିଲା। ଆଜି ସକାଳୁ ଖୋଜାଖୋଜି ପରେ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ  ଏବେ ବି ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି।

You might also like