୨୨ ଦିନ ସଟ୍ଡାଉନ୍ ହେବ ପାରାଦୀପ IOCL
ପାରାଦୀପ: ୨୨ଦିନ ସଟ୍ଡାଉନ୍ ହେବ ପାରାଦୀପ IOCL। ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏ ପାରାଦୀପ ସ୍ଥିତ IOCL ତୈଳ ବିଶୋଧନାଗାରକୁ ସଟ୍ଡାଉନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ IOCLକୁ ସଟ୍ଡାଉନ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ୨୦୧୮ ମାର୍ଚ୍ଚ ପରଠୁ ଏଯାବତ ମେଣ୍ଟେନାନ୍ସ କାର୍ଯ୍ୟ ହୋଇନାହିଁ। ତେଣୁ ଏବେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ ଓ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
ଏହି ମେଣ୍ଟେନାନ୍ସ କାର୍ଯ୍ୟରେ IOCL ନିକଟରେ ଥିବା ଆଖପାଖ ଗାଁର ୭ଶହରୁ ୮ଶହ ଲୋକ ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ସଟ୍ଡାଉନ୍ ବେଳେ ଭିଡ଼ ଏଡାଇବାକୁ IOCL ପାଖରେ ୧୪୪ ଧାରା ଲାଗୁ ହେବ।