ସାମାଜିକ ଦୂରତା ନିୟମ ନ ମାନିବାରୁ ବନ୍ଦ ହେଲା ଫ୍ୟାକ୍ଟ୍ରି

ପାରାଦୀପ: ସାମାଜିକ ଦୂରତା ନିୟମ ପାଳନ ନ ହେବାରୁ ପାରାଦୀପରେ ବନ୍ଦ ହେଲା କାର୍ବନ ଫ୍ୟାକ୍ଟ୍ରି। ଲକ୍‌ଡାଉନ ନିୟମ ପ୍ରକାରେ ସାମାଜିକ ଦୂରତ୍ୱ ସହ କମ ସଂଖ୍ୟକ ଶ୍ରମିକ ନେଇ କାମ ଆରମ୍ଭ କରିବାକୁ ସରକାର ନିୟମ କରିଥିଲେ।

ତେବେ ସର୍ତ୍ତ ଖିଲାପ କରି ଅଧିକ ଶ୍ରମିକ ନିୟୋଜିତ କରିବା ସହ ସାମାଜିକ ଦୂରତ୍ୱ ନ ରଖିବା କାରଣରୁ ଜଗତସିଂହପୁର ଜିଲ୍ଲା ପ୍ରଶାସନ କାର୍ବନ ଫ୍ୟକ୍ଟ୍ରିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କାରଖାନାରେ କାମ ଆରମ୍ଭ ହୋଇଥିବା ବେଳେ  ଗୁରୁବାର ଅପରାହ୍ନରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଏ ନେଇ ଖବର ପାଇବା ପରେ ପୋଲିସ ଓ ପ୍ରଶାସନ ମିଶି ଏହି ପଦକ୍ଷେପ ନେଇଛନ୍ତି।

You might also like