ନବରଙ୍ଗପୁର: ସ୍ୱାଧୀନତା ଦିବସ ପରେଡରେ ବର୍ଷା ସାଜିଲା ବାଧକ। ଏଥିପାଇଁ ଆଣ୍ଠିଏ ଉଚ୍ଚର ପାଣିରେ ପରେଡ କଲେ ପୋଲିସ କର୍ମୀ। ନବରଙ୍ଗପୁର ସହରର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରେଡ ଉତ୍ସବରେ ଦୁଇ ଫୁଟ ଉଚ୍ଚର ପାଣି ଜମିଥିଲା। ଫଳରେ ବାଧ୍ୟ ହୋଇ ସେହି ପାଣିରେ ହିଁ ପରେଡ କରିଥିଲେ ପୁଲିସ କର୍ମୀ।
ପୁଲିସ କର୍ମୀଙ୍କ ସହ ପରେଡରେ ସାମିଲ ହୋଇଥିବା ଅନ୍ୟାନ୍ୟ କଣ୍ଟିଜେଣ୍ଟ ମଧ୍ୟ ନାନା ହନ୍ତସନ୍ତ ହୋଇଥିଲେ। ପୁଲିସ ବ୍ୟାଣ୍ଡ ସହ ସମସ୍ତ ଦଳ ଅାଣ୍ଠୁଏ ଅାଣ୍ଠୁଏ ପାଣିରେ ପରେଡ କରିଥିଲେ। ପରେଡରେ ସାମିଲ ହୋଇଥିବା ଜିପ୍ ମଧ୍ୟ ପାଣି ଭିତରେ ଚାଲିଥିଲା।
Published By: Odishatv Bureau
Last updated: 15 August 2018, 11:59 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।