ନିଜ ଅପ୍‌କମିଂ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ପପୁ ପମ୍‌ପମ୍

ଭୁବନେଶ୍ୱର : ନିଜ ଅପ୍‌କମିଂ ଫିଲ୍ମର ସୋଶାଲ୍ ମିଡିଆରେ ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ପପୁ ପମ୍‌ପମ୍। ପୋଷ୍ଟରଟି ତାଙ୍କ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ, ସେ ସେହି ଫଟୋକୁ ସେୟାର କରିନାହାନ୍ତି ।  ଏଭଳି ପୋଷ୍ଟରକୁ ଯିଏ ପୋଷ୍ଟ କରିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପପୁ କହିଛନ୍ତି।

ଗତକାଲି ଫିଲ୍ମ ମିଷ୍ଟର କହ୍ନେୟାର ପୋଷ୍ଟର ରିଲିଜ ହେବା ପରେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ପୋଷ୍ଟର ଭାଇରାଲ୍ ହେବା ପରେ, ପ୍ରଯୋଜନା ସଂସ୍ଥା ସହ ଅଭିନେତା ପପୁଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ପରେ ମାମଲା ମହିଳା ଥାନା ସହ ମହିଳା କମିଶନଙ୍କ ନିକଟରେ ପହଞ୍ଚିଥିଲା।

ସେପଟେ ଅଭିଯୋଗ ପରେ ଏନେଇ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ ପୁଲିସ। ଫିଲ୍ମ ପ୍ରଡକ୍ସନ୍ ହାଉସ୍ ନାଁରେ ମାମଲା ରୁଜୁ ହୋଇଛି। ପ୍ରାଥମିକ ଭାବେ ପ୍ରଡକ୍ସନ୍ ହାଉସ୍‌କୁ ଡାକି ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ।

ପୋଷ୍ଟରଟି କିଏ ପ୍ରକାଶ କରିଛି ସେ ନେଇ ତଦନ୍ତ ହେବ। ଖାଲି ସେତିକି ନୁହେଁ ଆବଶ୍ୟକ ପଡ଼ିଲେ ଫିଲ୍ମର ଅଭିନେତା, ଅଭିନେତ୍ରୀଙ୍କୁ ଡାକି ପଚରାଉଚରା ବି କରାଯିବ ବୋଲି ଡିସିପି କହିଛନ୍ତି।

You might also like