ପପୁ ପମ୍ ପମ୍ ପୁଣି ଅସୁସ୍ଥ
ଭୁବନେଶ୍ୱର: ପପୁ ପମ୍ ପମ୍ ପୁଣି ଅସୁସ୍ଥ। ତାଙ୍କୁ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏମ୍ସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆଇସିୟୁରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଗତ ୭ ଦିନ ହେଲା ସେ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ପାନ୍କ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପପୁ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସୋସିଆଲ୍ ମିଡିଆରେ ତାଙ୍କ ଭଲ ହେବା ଖବର ନିଜେ ଏକ ଭିଡିଓ ମାଧ୍ୟମରେ ଜାରି କରିଥିଲେ।
ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସବିଶେଷ ତଥ୍ୟ ମିଳିପାରି ନାହିଁ।