ବାବା ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ସମ୍ପନ୍ନ

ପୁରୀ : ଶ୍ରୀକ୍ଷେତ୍ରରେ ବାବା ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ଏକ ବର୍ଷ ଧରି ଗମ୍ଭୀରା ଭିତରେ ପଡିରହିଥିବା ବେଲପତ୍ର, କୋରା, କଦଳୀ ଆଦି ପାଦୁକ କାଳକ୍ରମେ ପଙ୍କରେ ପରିଣତ ହୋଇଥିବାରୁ ଆଜିର ପବିତ୍ର ତିଥିରେ ସେବାୟତ ଓ ଭକ୍ତ ଏକାକାର ହୋଇ ଏହି ପଙ୍କ ଉଦ୍ଧାର କରିଥିଲେ।

ଫଳରେ ଆଜି ହିଁ ଗୋଟିଏ ଦିନ ଭକ୍ତ ମାନେ ଶ୍ରୀଲୋକନାଥଙ୍କ ଲିଙ୍ଗ ସମ୍ପୂର୍ଣ୍ଣ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଏହି ପବିତ୍ର ଅବସରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୃତି କରାଯାଇଛି।

You might also like