କଟକରେ ଅଜଣା ଜନ୍ତୁ ଆତଙ୍କ

କଟକ: କଟକରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ନରାଜ ସ୍ଥିତ ଗୋପାଳ ସାହିର ଜଣେ ବ୍ୟକ୍ତିଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମରି ଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଉକ୍ତ ବ୍ୟକ୍ତିଙ୍କର ମୋଟ ୧୭ଟି ମେଣ୍ଢା ଥିଲେ। ଆଜି ସକାଳେ ଗୁହାଳ ଘରେ ୧୫ଟି ମେଣ୍ଢା ମରି ପଡ଼ିଥିବା ବେଳେ ଆଉ ଦୁଇଟି ନିଖୋଜ ଅଛନ୍ତି।

ଏହି ଘଟଣା ପରେ ବ୍ୟକ୍ତି ଜଣକ ପୂରା ଭାଙ୍ଗି ପଡ଼ିଛନ୍ତି। ଏହା କୌଣସି ଅଜଣା ଜନ୍ତୁ କରିଛି ବୋଲି ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ଖବର ପାଇବା ପରେ ପ୍ରାଣୀ ଚିକିତ୍ସା ବିଭାଗ ଟିମ୍ ପହଞ୍ଚି ଛାନ୍‌ଭିନ୍ କରିଛି।

ତେବେ ମେଣ୍ଢାଗୁଡ଼ିକୁ କିଏ ମାରିଲା, ତାହା ଜଣାପଡ଼ି ନାହିଁ।

You might also like