କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ

ଅନୁଗୋଳ: କିଡନୀ ରୋଗ ବୃଦ୍ଧିକୁ ନେଇ ଅନୁଗୋଳ ଜିଲ୍ଲାରେ ଆତଙ୍କ ଦେଖାଦେଇଛି। ଗଲା କିଛି ବର୍ଷ ହେଲା ଅନେକ ଲୋକଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଥିବାବେଳେ, ଶତାଧିକ ରୋଗୀଙ୍କ ଡାଏଲେସିସ୍ ଚାଲିଛି। ଏଥିପାଇଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ତୃଣମୂଳ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ସେପଟେ ବ୍ୟବହାର କରୁଥିବା ପାଣିରେ ସମସ୍ୟା ଥିବା ଲୋକେ ଅଭିଯୋଗ କରିଥିଲେ ବି, ବିଶୁଦ୍ଧ ପାଣି ଯୋଗାଇବା ଉପରେ କେହି ଦୃଷ୍ଟି ଦେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ଜଳ ସେମାନଙ୍କ ପାଇଁ ଜହର ପାଲଟିଛି। ପିଇବା ପାଣିରେ ଲୁହା ଗୁଣ୍ଡ ଭାସୁଛି। ଯାହାର ଫଳସ୍ୱରୂପ କିଡନୀ ରୋଗ ବ୍ୟାପିବାରେ ଲାଗିଛି। କେବଳ ଗୋଟିଏ ଗାଁ ନୁହେଁ, ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ, ଆଠମଲ୍ଲିକ ବ୍ଳକ ଏବଂ କିଶୋରନଗର ବ୍ଲକରେ ଥିବା ଅନେକ ଗାଁରେ ପାଣିର ରଙ୍ଗ ହଳଦିଆ ପଡ଼ିଯାଉଥିବା ଅଭିଯୋଗ ହୋଇଛି।

ଅଧିକାଂଶ ପରିବାରରେ କେହି ନା କେହି କିଡନୀ ରୋଗରେ ଆକ୍ରାନ୍ତ ଅଛନ୍ତି। ଦୂଷିତ ପାଣି ପିଉଥିବାରୁ କିଡନୀ ରୋଗ ବ୍ୟାପୁଛି। ତେବେ ପ୍ରଶାସନ ଏନେଇ କୌଣସି ବ୍ୟବସ୍ଥା କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like