ଫେରିଲା ଅଜଣା ଜନ୍ତୁ ଆତଙ୍କ

ନଜର ପକାନ୍ତୁ ଏଇ ଘଣ୍ଟାର ପ୍ରମୁଖ ୧୦ ଖବର ଉପରେ…

  • ନିଆଳିରେ କିଛି ଦିନ ଧରି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଦେବଗଡ ଜିଲ୍ଲାରେ ଅଜଣା ଜନ୍ତୁ ଆତଙ୍କ ଖେଳି ଯାଇଛି। ଅଜଣା ଜନ୍ତୁ ଆକ୍ରମଣରେ ଦେବଗଡ ଜିଲ୍ଲା ବାରକୋଟର ଚକଡିହୀ ଗାଁରେ ୧୨ଟି ଛେଳିଙ୍କର ମୃତ୍ୟୁ ହୋଇଛି।
  • ଅଷ୍ଟ୍ରେଲିଆରେ ଥିବା ଟିମ୍‌ ଇଣ୍ଡିଆ ଖେଳାଳିଙ୍କ RT-PCR ରିପୋର୍ଟ ନେଗେଟିଭ୍ ଆସିଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି।
  • ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ୍‌‌ର ଇଞ୍ଜିନରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ରବିବାର ରାତିରେ ତେଲେଙ୍ଗାନାର ବିକାରବାଦ ଜିଲ୍ଲା ନିକଟରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

  • ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକୁଣ୍ଡା ନିକଟରେ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ସାପଘରା ପଞ୍ଚାୟତ ତୁମୁରିସିଂହା ଗାଁର କୀର୍ତ୍ତନ ନାୟକ ଓ ଖମାର ଗାଁର ଜଗଦୀଶ ସାହୁ। ଉଭୟେ ଭୋଜି ସାରି ବାଇକ୍‌ରେ ଠାକୁରଗଡ଼ରୁ ଖମାର ଅଭିମୁଖେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍‌ ସହ ଧକ୍କା ହୋଇଥିଲେ। ଏହାପରେ ଉଭୟଙ୍କୁ ଆଠମଲ୍ଲିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ପିକ୍‌ଅପ୍ ଭ୍ୟାନ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।

  • ଆସନ୍ତା ୩ ଦିନ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବିଶେଷ କରି ୧୬ଟି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ। ସେଥିମମଧ୍ୟରୁ ୬ ଜିଲ୍ଲା ଯଥା- କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର ଏବଂ ଭଦ୍ରକରେ ଘନ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଜି ପାଇଁ ଏହି ୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

  • କିଛି ମାସ ତଳେ ପାକିସ୍ତାନ ଜେଲ୍‌ରୁ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲାର ବିର୍ଜୁ କୁଲୁ ନିଖୋଜ ହୋଇଯାଇଥିବା ନେଇ କୁତ୍ରା ଥାନାରେ ତାଙ୍କ ଭଉଣୀ ଏତଲା ଦେଇଛନ୍ତି। ଗତ ନଭେମ୍ବରରେ ପାକିସ୍ତାନ ଲାହୋର ଜେଲ୍‌ରୁ ଫେରିଥିଲେ ବିର୍ଜୁ କୁଲୁ। ପାକିସ୍ତାନରେ ଦୀର୍ଘ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟି ମୁକ୍ତ ହେବା ପରେ ନଭେମ୍ବର ୧୨ ତାରିଖରେ ଭିଟାମାଟିକୁ ଫେରିଥିଲେ ବିର୍ଜୁ କୁଲୁ।

  • ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାରେ ଆଜିଠୁ ବିକ୍ଷୋଭ କରିବ ବିଜେପି। ଆଜିଠାରୁ କଟକ ଜିଲ୍ଲାର ସବୁ ବ୍ଲକରେ ବିଜେପି ବିକ୍ଷୋଭ କରିବ। କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ଏହି ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି ଏହି ବିକ୍ଷୋଭ କରିବ। କୁଳମଣିଙ୍କ ହତ୍ୟା ପଛରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସମର୍ଥକଙ୍କ ହାତ ଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୁଳମଣିଙ୍କ ପୁଅ।

  • ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଏସ୍. ମୁରଲୀଧର ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ତାଙ୍କୁ ଶପଥ ପାଠ କରାଇଛନ୍ତି। 
  • ଆଜି ପୁଣିଥରେ କୃଷକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର। ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସହ ସପ୍ତମ ଥର ଲାଗି ଆଜି କେନ୍ଦ୍ର ସରକାର ଆଲୋଚନା କରିବେ।
  • ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ତାରିଣୀ ମନ୍ଦିର ପରିସରରେ ବୁଲୁଛି ଭାଲୁ। ଗତକାଲି ରାତି ପ୍ରାୟ ୧୦ଟାରେ ମନ୍ଦିର ପରିସରରେ ଦୀର୍ଘ ସମୟ ଧରି ଭାଲୁଟି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଭାଲୁକୁ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଛନ୍ତି।
You might also like