ସରକାରଙ୍କୁ ପଣ୍ଡା ଇନଫ୍ରାର ନାଲି ଅାଖି

ଜଟଣୀ କାମ ହାତରୁ ଯିବା ପରେ ସଂସ୍ଥା କହିଲା ଅାମ ମୁଣ୍ଡରେ ଅଠା ବୋଳୁଛି ପୂର୍ତ୍ତ ବିଭାଗ

ଭୁବନେଶ୍ୱର : ବମିଖାଲ ଟ୍ରାଜେଡି ପରେ କଳାତାଲିକା ଭୁକ୍ତ ହୋଇଥିବା ଫଣ୍ଡା ଇନଫ୍ରା ସହ ମୁହାଁମୁହିଁ ହୋଇଛିପୂର୍ତ୍ତ ବିଭାଗ। ବମିଖାଲ ପରେ ଜଟଣୀ ଓଭରବ୍ରିଜ କାମରେ ମଧ୍ୟ ଅବହେଳା ଓ ଅନୁମତି ନଥାଇ କାମ କରୁଥିବା ଦର୍ଶାଇ ପଣ୍ଡା ଇନଫ୍ରା ହାତରୁ ପୂର୍ତ୍ତ ବିଭାଗ କାମ ଛଡାଇ ନେବା ପରେ ବିବାଦ ବଢିଛି।  କଂପାନୀ ନାଁରେ ଖୋର୍ଦ୍ଧା ନିର୍ବାହୀ ଯନ୍ତ୍ରୀ ଦେଇଥିବା ଚିଠିର ଉତ୍ତର ଦେଇ ପାଲଟା ଅାକ୍ରମଣ କରିଛି ପଣ୍ଡା ଇନଫ୍ରା । ପୂର୍ତ୍ତ ବିଭାଗର ସମସ୍ତ ଅଭିଯୋଗକୁ ମିଛ ଓ ନିରାଧାର ବୋଲି କହିଛି ସଂସ୍ଥା।

କେବଳ ସେତିକି ନୁହେଁ ବିଭାଗର ଦୋଷ ଦୁର୍ବଳତାକୁ ଘୋଡାଇବା ପାଇଁ କମ୍ପାନୀକୁ ବଦନାମ କରାଯାଉଥିବା ଦର୍ଶାଇଛି ପଣ୍ଡା ଇନଫ୍ରା। ବିଭାଗର ଅନୁମୋଦନ ଅନୁସାରେ ଜଟଣୀ ଓଭରବ୍ରିଜ କାମ ଅାଗକୁ ବଢୁଥିଲା ବୋଲି ଏଥିରେ ଉତ୍ତର ରଖାଯାଇଛି। ନିଖିଳ ଉତ୍କଳ ଠିକାଦର ସଂଘ ବି ସଂସ୍ଥା ସପକ୍ଷରେ ବାହାରିଛି।

ଏପଟେ ଜଟଣୀ ଓଭର ବ୍ରିଜର ରି-ଟେଣ୍ଡର ପାଇଁ ପ୍ରସ୍ତୁତି ଅାରମ୍ଭ କରିଛି ପୂର୍ତ୍ତ ବିଭାଗ। ପୂର୍ତ୍ତ ବିଭାଗର ଏକ ଟିମ୍‌ ଅାଜି ପ୍ରକଳ୍ପ ସ୍ଥଳକୁ ଯାଇ ଫ୍ଲାଇଓଭର କାମର ମାପଚୁପ କରିଛନ୍ତି। କେତେ କାମ ହୋଇଛି ଓ କେତେ କାମ ବାକିଅଛି ତାର ରିପୋର୍ଟ ପ୍ରସ୍ତୁତ କଲା ପରେ ପୁଣି ଟେଣ୍ଡର କରାଯିବ ବୋଲି ବିଭାଗ କହିଛି।

ତେବେ ପଣ୍ଡା ଇନଫ୍ରା ବର୍ତ୍ତମାନ ସୁଦ୍ଧା ଓଭର ବ୍ରିଜର ମାତ୍ର ୩୦ ପ୍ରତିଶତ କାମ ସାରିଛି କାମ ନିମ୍ନମାନର ତଥା ପାଇଲିଂ ନିର୍ମାଣରେ ୬୦ ଫୁଟ ଜାଗାରେ ୨୦ ଫୁଟର ରଡ ବ୍ୟବାହର ନେଇ ଅଭିଯୋଗ ହେବା ପରେ ଭିଜିଲାନସ ଓ ରାଉରେକଲା ଏନଅାଇଟି ଏହାର ତଦନ୍ତ କରୁଛି। ପ୍ରଥମେ ଏ ଅଭିଯୋଗ ଅାଣିଥିବା ଜଟଣୀ ବ୍ୟବସାୟୀ ସଂଘ ଦାୟୀ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଜଟଣୀ ସୀତାରାମ ଛକରୁ କୁଦିଅାରୀ ପର୍ଯ୍ୟନ୍ତ ଓଭର ବ୍ରିଜ କାମର ଟେଣ୍ଡର ପାଇଥିଲା ପଣ୍ଡା ଇନଫ୍ରା। ୨୦୧୭ରେ କାମ ସରିବା କଥା। ଏହା ଭିତରେ ପଣ୍ଡା ଇନଫ୍ରା ବମିଖାଲ ବ୍ରିଜ ଟ୍ରାଜେଡିରେ ଫସିବା ପରେ ଏହା ପାଇଁ ଅଡୁଅା ବଢିଥିଲା। ସମ୍ବଲପୁର ଫ୍ଲାଇଓଭର କାମ କରୁଥିବା ପଣ୍ଡା ଇନଫ୍ରା ହାତରୁ କାମ ଛଡାଇ ନେବାକୁ ବି ପ୍ରସ୍ତୁତ ହେଇଛି ପୂର୍ତ୍ତ ବିଭାଗ।

You might also like