• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ଓଡ଼ିଆ ନୂଆବର୍ଷର ଖୁସିକୁ ବି ଧୋଇଦେଲା ମହାମାରୀ
  • କଡ଼ା କଟକଣାରେ ବିଧିରକ୍ଷା ପାଇଁ ପାଳନ ହେଲା ମହାବିଷୁବ ସଂକ୍ରାନ୍ତି
  • ଶ୍ରୀକ୍ଷେତ୍ରରେ ନୂଆ ପାଞ୍ଜିର ପ୍ରଚଳନ

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ ତା ସହ ଉତ୍କଳୀୟ ନବବର୍ଷ। ଆଜିର ଦିନକୁ ରାଜ୍ୟବାସୀ ବେଶ୍ ଆନନ୍ଦ ଉତ୍ସାହତ ସହ ପାଳନ କରୁଥିଲେ ବି ଏ ବର୍ଷ କରୋନା ମହାମାରୀ ପାଇଁ ସବୁଠି କଟକଣା ଥିବାରୁ ଫିକା ଫିକା ଥିଲା ଉତ୍ସବ। ପଣା ସଂକ୍ରାନ୍ତିରେ ବିଭିନ୍ନ ଯାତ୍ରାସ୍ଥଳ ଓ ଦେବାଳୟ ଉତ୍ସବମୁର ବଦଳରେ ଶୁନଶାନ ପରିବେଶ ଲାଗି ରହିଥିଲା। କେବଳ ପରମ୍ପରା ବଜାୟ ରଖିବାକୁ କାଁ ଭାଁ ପାଳନ ହୋଇଥିଲା ପର୍ବ।

ପର୍ବ ପାଇଁ ସରାଗ ନାହିଁ କି ଉତ୍ସବ ପାଇଁ ଆଗ୍ରହ ନାହିଁ। ଗତବର୍ଷ ଭଳି ଏ ବର୍ଷ ବି ପୁଣି ପବିତ୍ର ମହାବିଷୁବ ସଂକ୍ରାନ୍ତିର ମହାଖୁସିକୁ ଛଡାଇ ନେଇଛି ମହାମାରୀ କରୋନା। କରୋନାର ଦ୍ୱିତୀୟ ଲହରେ ରାଜ୍ୟରେ କାୟା ମେଲାଉଥିବାରୁ ଆଜି କଟକଣା ଭିତରେ ପାଳନ ହୋଇଛି ପଣା ସଂକ୍ରାନ୍ତି। ସମ୍ବଲପୁର ସହରରେ ପ୍ରତିବର୍ଷ ମହା ଆଡ଼ମ୍ବରରେ ପାଳିତ ହେଉଥିବା ମହାବୀର ଜୟନ୍ତୀରେ ଅବସରରେ ଖାଁ ଖାଁ ପରିବେଶ। ଆଖଡ଼ାର ଆୟୋଜନ ନାହିଁ କି ଶୋଭାଯାତ୍ରାର ପ୍ରୟୋଜନ ନାହିଁ। କରୋନା ପାଇଁ ସବୁ ବନ୍ଦ୍ ରହିଛି। ରାଉରକେଲାର ପଣା ସଂକ୍ରାନ୍ତିରେ ସ୍ଥାନୀୟ ହନୁମାନ ବାଟିକା ଭକ୍ତଙ୍କର ଗହଳି ହେବା ବଦଳରେ ଭକ୍ତଙ୍କ କାଁ ଭାଁ ଗହଳି ଦେଖିବାକୁ ମିଳିଛି।

ସେହିଭଳି ପୁରୀ ସିରୁଳି ମହାବୀର ପୀଠରେ ବି ଅନ୍ୟ ବର୍ଷ ଭଳି ନଥିଲା ଶ୍ରଦ୍ଧାଳୁଙ୍କ ଗହଳି ଚହଳି। ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବାରଣ କରି ପ୍ରଶାସନ ଲଗାଇଥିଲା ଧାରା ୧୪୪। ରାଜଧାନୀରେ ସର୍ବସାଧାରଣରେ ପଣା ବଣ୍ଟନ ଉପରେ ବିଏମସି ରୋକ୍ ଲଗାଇଥିବାରୁ ଆୟୋଜନ ଫିକା ଥିଲା। ରାମ ମନ୍ଦିର ମୁଖ୍ୟ ଫାଟକ ବନ୍ଦ ଥିବାରୁ ବାହାରେ ଦୀପ ଜାଳି ଫେରିଥିଲେ ଭକ୍ତ। ତେବେ ଶ୍ରୀମନ୍ଦିରରେ ପରମ୍ପରା ଓ ରୀତିନୀତି ଅନୁସାରେ ହନୁମାନ ଜୟନ୍ତୀ ପାଳନ ହୋଇଛି। ଆଜିଠୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହେଉଥିବାରୁ ନୂତନ ପଞ୍ଜିକାର ବି ପ୍ରଚଳନ କରାଯାଇଛି।

ମହାବିଷୁବ ଅବସରରେ ଶ୍ରୀକ୍ଷେତ୍ରରେ ପୁରୀରେ ବିଭିନ୍ନ ଜାଗା ଆଖଡ଼ାରେ ମହାସମାରୋହରେ ହୋଇଥାଏ ମହାବୀରଙ୍କ ପୂଜାର୍ଚ୍ଚନା। ମଲ୍ଲ ଯୋଦ୍ଧା ଓ କୁସ୍ତି ବିଦ୍ୟାର ଆଖଡ଼ାଶାଳ ପୁରୀରରେ କୁନି କୁନି ପିଲମାନେ ହନୁମାନଙ୍କ ଆରାଧନା କରି କୁସ୍ତି ଯୋଦ୍ଧା ଶିକ୍ଷା ଆରମ୍ଭ କରିଥାନ୍ତି। ଏ ବର୍ଷ ସହରରେ ଏଭଳି ଆୟୋଜନର ସଂଖ୍ୟା ସୀମିତ ଥିଲେ ବି କିଛି କିଛି ଜାଗା ଘରେ ଦେଖିବାକୁ ମିଳିଥିଲା ପୁରୁଣା ପରମ୍ପରା।

ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଟ୍ୱିଟ୍‌ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏପଟେ ମହାବୀର ଜୟନ୍ତୀରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ହନୁମାନଙ୍କ ବିଶାଳ ବାଲୁକା ମୂର୍ତ୍ତି ନିର୍ମାଣ ସହ ବିଶ୍ୱରୁ କରୋନା ଦୂର ଲାଗି ମହାବୀର ସଦୟ ହୁଅନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି।

Pana-sankranti-celebrations-hit-by-covid-19-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories