ଅାଜି ୧୨ ଘଣ୍ଟିଅା ପାଲଲହଡ଼ା ବନ୍ଦ

ପାଲଲହଡ଼ା: ଆଜି ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ଡାକରା ଦିଆଯାଇଛି। ଦୁଇ ଦଫା ଦାବିରେ ପାଳଲହଡା ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ରେଙ୍ଗାଲି କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୫୦ ହଜାର ଟଙ୍କା ସହାୟତା ଓ ପାଲଲହଡା ଓ ଖମାର ମେଡ଼ିକାଲ୍‌ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦାବିରେ ଏହି ବନ୍ଦ ପାଳନ କରାଯାଉଛି।

ଫଳରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏହି ଆନ୍ଦୋଳନରେ ନାଗରିକ ମଞ୍ଚ, ଓକିଲ ସଂଘ, ବଣିକ ସଂଘ ଓ ସାଧାରଣ ଲୋକେ ସାମିଲ ହୋଇଛନ୍ତି।

ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବାକୁ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

You might also like