ଦୁଇ ଦୁଇ ଥର ବସ୍ ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରବାସ ଫେରନ୍ତାକୁ ଆସିଥିବା ବସ୍‌ ଦୁଇ ଦୁଇଥର କଳିଙ୍ଗା ଘାଟି ଦୁର୍ଘଟଣା ହେବା ପରେ ବସ୍ ଦୁର୍ଘଟଣା ନେଇ ପ୍ରିତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏଣିକି ବସ୍‌ର ରୁଟ୍ ବଦଳିବ ବୋଲି ମନ୍ତ୍ରୀ କହିଛନ୍ତି।

ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ଘଟୁଛି। ଡ୍ରାଇଭର ଅଭ୍ୟସ୍ତ ନୁହନ୍ତି। ତେଣୁ ସୁରତରୁ ଆସୁଥିବା ବସ୍‌ର ରୁଟ୍ ବଦଳାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ଏଣିକି ସୁରତରୁ ଆସୁଥିବା ବସ୍‌ଗୁଡ଼ିକ ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ ବୋଲି ସୂଚନା ମିଳିଛି।

ସୂଚନା ଥାଉକି, ଗତକାଲି ସୁରତରୁ ଫ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ କଳିଙ୍ଗା ଘାଟିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦୁଇଜଣ ପ୍ରାଣ ହରାଇଥିଲେ। ପୁଣି ଆଜି ସକାଳେ ଆଉ ସୁରତରୁ ଫେରୁଥିବା ଏକ ବସ୍‌ ସେହି କଳିଙ୍ଗା ଘାଟିରେ ଦୁର୍ଘଟଣା ହୋଇଛି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

ଏଥିସହିତ ଆଜି ଆଉ ଏକ ସୁରତ ଫେରନ୍ତା ବସ୍‌ ନାଗପୁର ଅମରାବତୀ ଏନ୍‌ଏଚ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୫୦ ଯାତ୍ରୀ ଥିବା ଏଥିରେ ୫ ଜଣ ଆହତ ହୋଇଛନ୍ତି। ସେ ମଧ୍ୟରୁ ଡ୍ରାଇଭର୍‌ ଓ ସଫେଇ କର୍ମୀ ଗୁରୁତର ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

You might also like