କଂଗ୍ରେସ ଦଳ ଛାଡ଼ିଲେ ପଦ୍ମଲୋଚନ ପଣ୍ଡା

ବାଲେଶ୍ୱର : କଂଗ୍ରେସ ଦଳ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ତଥା ବାଲେଶ୍ୱର ସିମୁଳିଅାର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା। ଦଳର ପ୍ରାଥମିକ  ସଦସ୍ୟ ପଦର ଇସ୍ତଫା ଦେଇଥିବା ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ପଦ୍ମଲୋଚନଙ୍କ ସହିତ ଛାତ୍ର କଂଗ୍ରେସର ସଂପାଦକ ନୀଳମାଧବ ପଣ୍ଡା, ଶୁଭଙ୍କର ମହାପାତ୍ରଙ୍କ ସହ ବ୍ଲକ୍ ସ୍ତରୀୟ ନେତା ବି ଦଳ ଛାଡିଥିବା ସୂଚନା ମିଳିଛି । ତେବେ ଦଳରେ ଗୋଷ୍ଠୀ କନ୍ଦଳ ଓ ସମନ୍ୱୟର ଅଭାବ ରହିଛି ବୋଲି ପଦ୍ମଲୋଚନ କହିଛନ୍ତି ।

ଅନ୍ୟପଟେ ନିଜର ରାଜନୈତିକ ଭବିଷ୍ୟତ ନେଇ ପଦ୍ମଲୋଚନ ମଙ୍ଗଳବାର ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । ସେପଟେ ଦଳ ଉପରେ ଏହାର କିଛି ପ୍ରଭାବ ପଡିବନି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ସରତ ରାଜ୍।

You might also like