ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

ଭୁବନେଶ୍ୱର: ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ। ଆଜି କଟକ ଏସ୍‌ସିବି କୋଭିଡ୍ ହସ୍ପିଟାଲରେ ଅପରାହ୍ନ ୪ଟା ୧୫ ମିନିଟ୍‌ରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ୬୨ ବର୍ଷ ବୟସରେ ବ୍ରେନ ଷ୍ଟ୍ରୋକରେ ପ୍ରକାଶ ରାଓଙ୍କ ପରଲୋକ ହୋଇଥିବା ତାଙ୍କ ଝିଅ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଗତ ମାସ ୨୫ ତାରିଖରୁ କଟକ ଏସ୍‌ସିବିର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପ୍ରକାଶ ରାଓ।

चहाचा व्यवसाय करणाऱ्या एका व्यक्तीला 'पद्मश्री'ने गौरवण्यात आलंय! कारण वाचा..

ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ସମାଜସେବୀ ଗତକାଲିଠାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ଅକ୍ସିଜେନ୍ ଲେବୁଲ କମ୍ ରହୁଥିବାରୁ ତାଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଥିବା କହିଥିଲେ ଡାକ୍ତର। ମରଣ ସହିତ ଅନେକଥର ଯୁଦ୍ଧ କରି  ଶେଷରେ ସମସ୍ତଙ୍କୁ ଅଲ୍‌ବିଦା କହି ବିଦାୟ ନେଇଛନ୍ତି ଓଡ଼ିଶାର ଦରଦୀବନ୍ଧୁ ଡି. ପ୍ରାକାଶ ରାଓ।

ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ବିୟୋଗରେ ଓଡ଼ିଶା ସମେତ ସାରା ଦେଶରେ ଦୁଃଖର ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀ ରାଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି।

ଶ୍ରୀ ରାଓଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି କଟକର କାଳିଆବୋଦା ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Meet D Prakash Rao, the Odisha tea seller who runs school for slum kids | Trending News,The Indian Expressପ୍ରକାଶ ରାଓ ଜଣେ ଅତି ଅମାୟିକ ବ୍ୟକ୍ତି ଭାବେ ପରିଚିତ ଥିଲେ। ଆଜୀବନ ସମାଜ ସେବା ହିଁ ତାଙ୍କ ବ୍ରତ ଥିଲା। ୨ ଶହରୁ ଅଧିକ ଥର ରକ୍ତଦାନ କରିଥିଲେ ଡି. ପ୍ରକାଶ ରାଓ ରକ୍ତଦାତା ମହାସଂଘର ମୁଖ୍ୟ ଉପଦେଷ୍ଟ ମଧ୍ୟ ରହିଥିଲେ। ତା ସହିତ ଅନେକ ସମୟରେ କଟକ ଏସ୍‌ସିବି ବଡ଼ ମେଡିକାଲ୍‌ରେ ରୋଗୀମାନଙ୍କରେ ସେବା କରୁଥିଲେ ଦରଦୀ ମଣିଷ ଡି. ପ୍ରକାଶ ରାଓ।  ଏମିତିକି ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ପିଲାଙ୍କ ପାଠପଢ଼ା ପାଇଁ ଦେଇଦେବାକୁ କହିଥିଲେ ଶ୍ରୀ ରାଓ।

Cuttack's Tea Seller Padma Shri D Prakash Rao Tests Covid Positive | Odisha

କଟକ ବକ୍ସିବଜାରରେ ଚା ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ଡି. ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ବସ୍ତି ପିଲାଙ୍କ ପାଇଁ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ତାଙ୍କ ସେବା ପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ।

Padma Shri D. Prakash Rao Admitted To SCB Hospital After Developing Breathing Complications | OTV News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ମେ ୨୭ ତାରିଖର  ‘ମନକି ବାତ୍‌’ କାର୍ଯ୍ୟକ୍ରମରେ ଡି. ପ୍ରକାଶ ରାଓଙ୍କ ଭୁୟସୀ ପ୍ରଶଂସା କରିଥିଲେ। ପ୍ରକାଶ ରାଓ ଆଶା ଓ ଆଶ୍ୱାସନା ନାଁରେ ଏକ ସ୍କୁଲ ଖୋଲି ବସ୍ତି ପିଲାଙ୍କୁ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଛନ୍ତି। ପ୍ରକାଶ ନିଜ ଆୟର ୫୦% ଅର୍ଥ ଗରିବ ପିଲାଙ୍କ ଶିକ୍ଷାରେ ଖର୍ଚ୍ଚ କରନ୍ତି। ପ୍ରକାଶଙ୍କ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମନ୍‌ କି ବାତ୍‌ରେ କହିଥିଲେ ମୋଦି।

Cuttack tea seller figures in PM's “Mann ki Baat"

ଏହାପରେ ଲୋକଲୋଚନକୁ ଆସିଥିଲେ ଡି. ପ୍ରକାଶ ରାଓ। ସେହିପରି ୨୦୧୮ରେ ଓଡ଼ିଶା ଗସ୍ତବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଆସି ପ୍ରକାଶ ରାଓଙ୍କୁ ଭେଟିଥିଲେ। ତାଙ୍କ ସହିତ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।

A story of exemplary courage: Meet D. Prakash Rao from Cuttack, Odisha

ସୂଚନା ଥାଉକି, ୨୦୧୯ରୁ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶରୀର ଅସୁସ୍ଥ ରହୁଥିଲା। ସେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ୨୦୧୯ ଜୁଲାଇ ୧୬ ତାରିଖରେ ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିବା ବେଳେ ଶ୍ରୀ ରାଓ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌ର ଆଇସିୟୁରେ ରଖାଯାଇଥିଲା।

ତେବେ ପରେ ପ୍ରକାଶ ରାଓ ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଦାବି ଉଠିବାରୁ ତାଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଜୁଲାଇ ୧୭ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେବା ସହିତ ତାଙ୍କର ଆରୋଗ୍ୟ କମନା ମଧ୍ୟ କରିଥିଲେ।

चहाचा व्यवसाय करणाऱ्या एका व्यक्तीला 'पद्मश्री'ने गौरवण्यात आलंय! कारण वाचा..

ଏହାପରେ ୨୫ ଡିସେମ୍ବର ୨୦୨୦  ତାରିଖରେ ପୁଣିଥରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରକାଶ ରାଓ।ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି ଜିଲ୍ଲା ପ୍ରଶାସନ। ଏଥର ବି ତାଙ୍କର  ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା ଆଉ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଅକ୍ସିଜେନ୍ ଲେବୁଲ କମ୍ ରହୁଥିବାରୁ ତାଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଇଥିବା କହିଥିଲେ ଡାକ୍ତର।

delhi

ପଦ୍ମଶ୍ରୀ ବିଜେତା ପ୍ରକାଶ

୨୦୧୯ ମାର୍ଚ୍ଚ ୧୬ ତାରିଖରେ ଓଡ଼ିଶାର ୩ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ଏହି ୩ ଜଣଙ୍କ ମଧ୍ୟରେ ଥିଲେ ଡି. ପ୍ରକାଶ ରାଓ। ତାଙ୍କ ସହିତ ଦୈତାରୀ ନାୟକଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ସମାଜସେବା କ୍ଷେତ୍ରରେ ପ୍ରକାଶ ଓ ଦୈତାରୀଙ୍କୁ ଏହି ସମ୍ମାନ ଦେଇଥିଲେ ରାଷ୍ଟ୍ରପତି।

ସେହିଭଳି କୃଷି କ୍ଷେତ୍ରରେ କମଳା ପୂଜାରୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଏହି ୩ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

PM Narendra Modi hails Odisha tea seller D Prakash Rao in 'Mann Ki Baat' | Odisha Breaking News | Odisha News | Latest Odisha News| Odisha Diary

କେନ୍ଦୁଝରର ଦୈତାରୀ ନାୟକ ପାହାଡ଼ କାଟି ଚାଷ ପାଇଁ ପାଣି ଯୋଗାଇ ସଫଳତା ପାଇଥିଲେ। ସେହିପରି ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ କରି ପ୍ରଶଂସା ସାଉଁଣ୍ଟିଥିଲେ କୋରାପୁଟର କମଳା ପୂଜାରୀ ଏବଂ ଚା’ ଦୋକାନ ଟଙ୍କାରେ ବସ୍ତି ପିଲାଙ୍କୁ ପାଠ ପଢ଼ାଇ କଟକର ଡି. ପ୍ରକାଶ ରାଓ ମହନୀୟତା ଦେଖାଇଛନ୍ତି।

ଦିନେ ଖୋଲାକଥାରେ ଓଟିଭି ସହିତ ଏମିତି ମନଖୋଲା କଥା ହୋଇଥିଲେ ଡି. ପ୍ରକାଶ ରାଓ- ଦେଖନ୍ତୁ ଭିଡିଓ-

ଶୋକ ବାର୍ତ୍ତା

ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀ ରାଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ଡି. ପ୍ରକାଶ ରାଓଙ୍କ ଏକ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ” ଶ୍ରୀ ପ୍ରକାଶ ରାଓଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖୀତ। ସେ କରିଯାଇଥିବା ମହନୀୟ କାର୍ଯ୍ୟ ଅନ୍ୟମାନଙ୍କୁ ସର୍ବଦା ପ୍ରେରଣା ଯାଗାଉଥିବ। ସଶକ୍ତୀକରଣ ପାଇଁ ଶିକ୍ଷା ଏକ ବଡ଼ ମାଧ୍ୟମ ଭାବେ ସେ ଦେଖିଥିଲେ। ତାଙ୍କ ସହ କଟକରେ ଦେଖା ବେଳର ସ୍ମୃତି ଏବେ ବି ମନେପଡ଼େ। ପରିବାର ଏବଂ ପରିଜନଙ୍କୁ ମୋର ସମବେଦନା ଓମ୍‌ ଶାନ୍ତି”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

” ପରୋପକାରୀ ବ୍ୟକ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ଭବିଷ୍ୟ ଉଜ୍ଜ୍ୱଳ କରିବା ପାଇଁ ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁ ସେ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା।”

ରାଜ୍ୟପାଳ ଗଣେଶୀ ଲାଲ୍

” ଆଶା ଓ ଶାଶ୍ୱାସନା ସ୍କୁଲ୍ ମାଧ୍ୟମରେ ହଜାର ହଜାର ଗରିବ ପିଲାଙ୍କ ଭବିଷ୍ୟତ ଗଢ଼ିବା ଭଳି ଯେଉଁ ନିସ୍ୱାର୍ଥପର ସେବା କରିଛନ୍ତି ସେଥିପାଇଁ ସେ ସବୁବେଳେ ମନେ ରହିବେ।”

You might also like