ସମାଧାନ ହେବକି ଧାନ ମଣ୍ଡିରେ ଚାଷୀଙ୍କ ସମସ୍ୟା ?

ଧର୍ମଗଡ଼( ଇଗ୍ନିତ୍‌ ପଣ୍ଡା) : ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଓ ରାଜ୍ୟ ଯୋଗାଣ ନିଗମ ଦ୍ୱାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ଧାନକ୍ରୟ କେନ୍ଦ୍ରରେ କାର୍ଯ୍ୟ ପରିଚାଳନା ହେଉଛି। ଧାନ ମଣ୍ଡିରେ ଚାଷୀମାନେ ମିଲରଙ୍କ ଟ୍ରକ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ।

ଗତକାଲି ଗୃହରେ ପ୍ରଶ୍ନୋତ୍ତରକାଳରେ ଏଭଳି ଉତ୍ତର ରଖିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।  ମଣ୍ଡି ସମସ୍ୟା ନେଇ ଶାସକ ଓ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଏଭଳି ଭାବେ ରଖିଥିଲେ।

ହେଲେ ପ୍ରକୃତ ସ୍ଥିତି କିନ୍ତୁ ଅଲଗା। ମଣ୍ଡିରେ ଧାନ ବିକ୍ରି କରି ନପାରି ଚିନ୍ତାରେ ଚାଷୀ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହଲ ମଣ୍ଡିରେ ପଡିରହିଛି ଶହ ଶହ କୁଇଣ୍ଟାଲ ଧାନ ବସ୍ତା। ଦିନରାତି ଏକକରି ମଣ୍ଡିରେ ନିଜ ଧାନକୁ ଜଗି ରହୁଛନ୍ତି ଚାଷୀ। ମଣ୍ଡିରୁ ଧାନ ଉଠାଇବା ଦାବିରେ ଗତ ୧୦ତାରିଖରେ ମଧ୍ୟ ଜାତୀୟ ରାଜପଥ ୨୬ଉପରେ ଗଜାଧାନ ରଖି ଅବରୋଧ କରିଥିଲେ ଚାରବାହଲ ଅଞ୍ଚଳର ଚାଷୀ।  ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

You might also like