ଜଳିଗଲା ୨୫ ଏକର ଧାନ ଜମି

ବାଲେଶ୍ୱର : ଜଳିଗଲା ଏକର ଏକର ଧାନ ଫସଲ। ବାଲେଶ୍ୱର ବସ୍ତା ବ୍ଲକ୍‌ ଧୂଳିଉଡା ଗାଁରେ ଥିବା ଧାନ ଜମିରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ନିଆଁରେ ପ୍ରାୟ ୪୦ ଏକରରୁ ଅଧିକ ଜମିରେ ଫସଲ ପୋଡି ପାଉଁଶ ହୋଇଯାଇଛି।

ଅଗ୍ନିକାଣ୍ଡପରେ ବସ୍ତା ଅଗ୍ନିଶମ ବିବାଗକୁ ଖବର ଦିଆଯାଇଥିଲା। ତେବେ ରାସ୍ତା ନଥିବାରୁ ଦମକଳ ଗାଡ଼ି  ଘଟଣାସ୍ଥଳରେ ପହଞ୍ଚିପାରିନଥିଲା। ଏ ନେଇ ଖବର ପାଇବା ପରେ ଜଳେଶ୍ୱର ବିଧାୟକ ଅଶ୍ୱନୀ ପାତ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ।

ବସ୍ତା ତହସିଲଦାର ନିଆ ଲାଗିଥିବା ଜମିକୁ ବୁଲି ଦେଖିଥିଲେ। କ୍ଷୟକ୍ଷତିର ଅାକଳନ ସହ ସରକାରୀ ନିୟମ ଅନୁସାରେ ଲୋକଙ୍କୁ ସହାୟତା ଯୋଗାଇବାକୁ କହିଛନ୍ତି।

You might also like