• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବ୍ରହ୍ମପୁର: ବ୍ରହ୍ମପୁରରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଠାରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଥିବାବେଳେ ସ୍ୱାସ୍ଥ୍ୟସେବାରେ ଚରମ ଅବହେଳା ଦେଖିବାକୁ ମିଳୁଛି। ଏଠାରେ ଏମ୍‌କେସିଜି ମେଡିକାଲ୍‌ରେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଅକ୍ସିଜେନ୍‌ ଅଭାବରୁ ଆଖି ବୁଜୁଛନ୍ତି ଅନେକ କରୋନା ରୋଗୀ ।

ଏବେ ରାଜ୍ୟରେ କରୋନା ହଟସ୍ପଟ ଜିଲ୍ଲା ହେଉଛି ଗଞ୍ଜାମ। ପ୍ରତିଦିନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ସବୁଠାରୁ ଆଗରେ ରହିଛି। ଏପରି ପରିସ୍ଥିତିରେ ଏମ୍‌କେସିଜିରେ  ଅକ୍ସିଜେନ୍‌ର ଅଭାବ ଦେଖା ଦେଇଥିବାରୁ  ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖ ଦେଇଛି।

କୁକୁଡ଼ାଖଣ୍ଡି ବ୍ଲକ ୧୦ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ଏଲ୍. ମୋହନ ଦାସ ସୋସିଆଲ୍ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରି ସେ ନିଜର ତିକ୍ତ ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ରୋଗୀ ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ହେଲେ ଅକ୍ସିଜେନ୍  ଅଭାବରୁ ଏଠାରେ ଅନେକ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। 

ଅକ୍ସିିଜେନ୍ ଅଭାବରୁ ମୋହନଙ୍କର ଜଣେ ବନ୍ଧୁଙ୍କୁ ଏମ୍‌କେସିଜିରେ ଆଡ୍‌ମିଟ୍‌ କରାଯାଇଥିଲା। ଦୀର୍ଘ ୨ ଘଣ୍ଟା ଅପେକ୍ଷା କରିବା ପରେ ବି ତାଙ୍କୁ ଅକ୍ସିଜେନ୍‌ ମିଳି ନ ଥିଲା। ଏପରିକି ଅକ୍ସିଜେନ ନ ଥିବାରୁ ୨/୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି। ଶେଷରେ ତାଙ୍କ ବନ୍ଧୁଙ୍କୁ ଭୁବନେଶ୍ୱର ଆଣି ଚିକିତ୍ସା କରିଥିଲେ ବୋଲି ମୋହନ ଦାସ କହିଥିଲେ।

ବ୍ରହ୍ମପୁରର ଅନ୍ୟଜଣେ ବ୍ୟକ୍ତି ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ୫୯ ବର୍ଷୀୟ ତାଙ୍କର ଭାଇ ଶ୍ୱାସକ୍ରିୟା ଜନିତ ସମସ୍ୟା ବଢିବାରୁ ଏମକେସିଜି ଡାକ୍ତରଖାନା ଆଣିଥିଲେ। ହେଲେ ସେଠାରେ ଅକ୍ସିଜେନ ମିଳି ନ ଥିଲା। ଏପରିକି ଅକ୍ସିଜେନ ମେସିନ୍‌ ମଧ୍ୟ ଠିକ୍‌ ନ ଥିଲା। ସେଠିକାର ଜଣେ ଡାକ୍ତର ତାଙ୍କୁ ଅନ୍ୟସ୍ଥାନକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ସେମାନେ ତୁରନ୍ତ ଭୁବନେଶ୍ୱର ଆଣିଥିଲେ ହେଁ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ଭୁବନେଶ୍ୱରରେ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଥାଉ କି, ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୮୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ୩୩୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।

 

 

Oxygen-shortage-in-mkcg-hospital-11
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories