ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଗାଇଲେ ସ୍ୱଭାବ କବିଙ୍କ କାଳଜୟୀ ଗୀତ

ଅାଜି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ

ବରଗଡ଼ : ଅାଜି ହେଉଛି  ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହି ଅବସରରେ ବରଗଡ଼ ଜିଲ୍ଲାର ପ୍ରାୟ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଏକା ସମୟରେ କବିଙ୍କ କାଳଜୟୀ ଗୀତ ଗାଇଛନ୍ତି। ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅାୟୋଜିତ ହୋଇଥିଲା।

ଏଥିରେ ସବୁ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗଙ୍ଗାଧର ମେହେର ଓ ତାଙ୍କ କାବ୍ୟ କବିତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଲକ୍ଷ୍ୟରେ, ଏହି କାର୍ଯ୍ୟକ୍ରମ ଅାୟୋଜିତ ହୋଇଛି।

You might also like