• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭଦ୍ରକ: କାର୍ଯ୍ୟକ୍ଷମ ହୋଇପାରୁନି ଭଦ୍ରକ ଜିଲ୍ଲାର ମନ୍ତେଇ ବ୍ରିଜ୍ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସକୁ ୮ ବର୍ଷ ବିତିଥିଲେ ବି ଅଧପନ୍ତରିଆ ପଡିଛି କାମ । ଜିଲ୍ଲାର ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରିବା ପାଇଁ ବହୁ ଦାବି ପରେ ମନ୍ତେଇ ନଦୀରେ ଏହି ବ୍ରିଜଟି ତିଆରି ହେଉଥିଲା । ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ କାମ ଅଧାରେ ଅଟକି ରହିଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ପ୍ରବଳ ଅସନ୍ତୋଷ ।

Bhadrak mantei Bridge ତିହିଡି ଓ ବାସୁଦେବପୁର ବ୍ଲକକୁ ସଂଯୋଗ କରିବା ପାଇଁ ମନ୍ତେଇ ନଦୀରେ ଗତ ୮ ବର୍ଷ ହେଲା ନିର୍ମାଣ ହେଉଛି ଏହି ସେତୁ । ମାତ୍ର ଏହା କାର୍ଯ୍ୟକ୍ଷମ ହେଉନଥିବାରୁ ହଇରାଣ ହେଉଛନ୍ତି ୧୨ଟି ପଂଚାୟତର ଶତାଧିକ ଲୋକେ । ବନ୍ୟାଂଚଳ ହୋଇଥିବାରୁ ମାଟିସାହିରେ ଥିବା ଭଙ୍ଗା କାଠ ପୋଲଟି ବର୍ଷର ୪ ମାସ ପାଣିରେ ବୁଡି ରହେ ।

Bhadrak mantei Bridge

ବହୁ ଦାବି ପରେ ୨୦୧୩ ମସିହା ଫେବୃଆରୀ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଏଠାରେ ସେତୁ ପାଇଁ ଶିଳାନ୍ୟାସ କରିଥିଲେ । ମାତ୍ର ଘରୋଇ ଜମି ବିବାଦରୁ ଦୀର୍ଘ ବର୍ଷ କାମ ବନ୍ଦ ହେବା ପରେ ଗଲା ୩ ବର୍ଷ ହେଲା ସେତୁର ଛାତ ପଡିଛି । ହେଳେ ଆପ୍ରୋଚ୍ ରୋଡ କାମ ସରୁନି । ପୁଣି ସେତୁର ଛାତ ନିକଟରୁ ରିଟର୍ଣ୍ଣିଂ ୱାଲ୍ ନିର୍ମାଣ ହୋଇନଥିବାରୁ ଠିକାସଂସ୍ଥା ପକ୍ଷରୁ ପକାଯାଉଥିବା ମାଟି ସବୁ ନଦୀରେ ମିଶିଯାଉଥିବା ଅଭିଯୋଗ କରିଛନ୍ତି ଲୋକେ ।

Bhadrak mantei Bridge

କାଠ ପୋଲଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଆମ୍ବୁଲାନ୍ସ ବା ଅଗ୍ନିଶମ ଗାଡି ଏହି ପୋଲ ଉପରେ ଆସିପାରୁନି । ଏହାସହ ଗତ ୟାସ୍ ବାତ୍ୟାରେ ମାଟି ପଡିଥିବା ଆପ୍ରୋଚ୍ ରୋଡଟି ମଧ୍ୟ ଧୋଇ ଯାଇଛି । ସେତୁ ପାଇଁ ବିଭିନ୍ନ ଫୋରମରେ ଅଭିଯୋଗ ପରେ ବି କିଛି ସୁଫଳ ମିଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଲୋକେ । ଅନ୍ୟପଟେ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ରିଟର୍ଣ୍ଣିଂ ୱାଲ୍‌ରେ ତ୍ରୁଟି ଥିବାରୁ ଖୁବ୍ ଶୀଘ୍ର ନୂଆ ଡିଜାଇନ୍ କରାଯିବ ।

Bhadrak mantei Bridge

Over-bridge-work-still-in-progress-after-8-years-of-lay-foundation-by-cm-naveen-patnaik
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories