୩ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା କୁଳିଅଣାରୁ ୩ କେଜି ୨୮୫ ଗ୍ରାମର ବ୍ରାଉନ୍‌ସୁଗର ଜବତ  ହୋଇଛି। ଆଜି ଭୋରରୁ କ୍ରାଇମ୍‌ବ୍ରାଞ୍ଚ STF ଟିମ୍‌ ପକ୍ଷରୁ ଚଢାଉ କରାଯାଇ ଏହି ବ୍ରାଉନ୍‌ସୁଗର ଜବତ କରାଯାଇଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ଚଢାଉ କରାଯାଇଥିଲା।

ଜବତ ବ୍ରାଉନ୍‌ସୁଗରର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ଜଣକ ବ୍ରାଉନ୍‌ସୁଗର ଡିଲର ବୋଲି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ତେବେ ଏହି ନିଶା ବେପାରର ଚେର କେଉଁଆଡ଼େ ଲମ୍ବିଛି, ତାହାର ତଦନ୍ତ ଚାଲିଛି। ଏହି ନେଟଓ୍ୱର୍କରେ କେତେ ନିଶା ବେପାରୀ କାମ କରୁଛନ୍ତି ସେ ନେଇ କ୍ରାଇମ୍‌ବ୍ରାଞ୍ଚର STF ଖୋଳତାଡ଼ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

କେବଳ ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ୧୫ କେଜି ୬୪୮ ଗ୍ରାମ ବ୍ରାଉନ୍‌ସୁଗର ଜବତ ହୋଇଥିବାବେଳେ ୪୦ ଜଣ ଗିରଫ ହୋଇଛନ୍ତି। ଆଗକୁ ମଧ୍ୟ STFର ଏହି ଚଢାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି।

You might also like