ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ କୋଭିସିଲଡ ଟିକା ପହଞ୍ଚିବା ପରେ ଏଗୁଡିକୁ ସବୁ ଜିଲ୍ଲାକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଟିକା ଉତ୍ସବ ପାଳନ ହେବ ଏବଂ ସବୁ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଅଢ଼େଇ ଲକ୍ଷ ଟିକା ଆସିଥିବା ବେଳେ ଟିକା ପର୍ଯ୍ୟା ୟ କ୍ରମେ ଆସିବ ବୋଲି ସେ କହିଛନ୍ତି । ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ ।

ସେପଟେ ଟିକା ଅଭାବ ପ୍ରସଙ୍ଗରେ ରାଜ୍ୟ ସରକାର ଅଯଥା ରାଜନୀତି ନକରି କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରନ୍ତୁ ବୋଲି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି । ଭାରତ ଏକ ବିରାଟ ଦେଶ ଯଦି କିଛି ଏପଟ ସେପଟ ହୋଇଛି, ପ୍ରକୃତରେ ଯଦି ରାଜ୍ୟରେ ଟିକାର ଅଭାବ ଅଛି, ଟିକା କେନ୍ଦ୍ର ବନ୍ଦ କଲେ କିଛି ହେବ ନାହିଁ । ବରଂ କେନ୍ଦ୍ର ସରକାର ସହିତ ରାଜ୍ୟ ସରକାର କଥା ହୁଅନ୍ତୁ ଏବଂ ଦରକାର ମୁତାବାକ ଟିକା ଆଣିବାକୁ ଚେଷ୍ଟା କରନ୍ତୁ ବୋଲି ପୁରନ୍ଦେଶ୍ୱରୀ ପରାମର୍ଶ ଦେଇଛନ୍ତି । ପିପିଲି ଉପନିର୍ବାଚନରେ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ ପୁରନ୍ଦେଶ୍ୱରୀ ।

ସୂଚନାଯୋଗ୍ୟ ରାଜ୍ୟ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଶୁକ୍ରବାର ରାଜ୍ୟରୁ ୧୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୩୭୪ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ଥିଲେ୮୧୨ ଏବଂ ଲୋକାଲ କେସ ୫୬୩। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ସୁନ୍ଦରଗଡ ରେକର୍ଡ କରିଛି। ଏକ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୫ ଜଣ ଆକ୍ରାନ୍ତ। ସେହିପରି ଆଜି ରାଜ୍ୟରେ ଆଉ ୨ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା। କରୋନାରେ ଆଜି ରାଜ୍ୟରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଓ ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୨୬ରେ ପହଞ୍ଚିଛି।

ଦେଶର ବିଭିନ୍ନ ସ୍ଥାନରୁ ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଆଜିଠୁ ଏହି ନିୟମ ଲାଗୁ ହେବ ବୋଲି ପୂର୍ବତଟ ରେଲ୍‌ୱେ କହିଛି।  ରେଳ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ କରାଇବେ ଯାତ୍ରୀ।

 

 

You might also like