୨ ମାସରେ ୧୬ ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୬ ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌। ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀ ମାସରେ ରାଜ୍ୟବ୍ୟାପୀ ସମସ୍ତ ଆର୍‌ଟିଓର ୧୬ ହଜାର ୮୨୦ ଲୋକଙ୍କ ଡିଏଲଲ୍‌ ବାତିଲ ହୋଇଛି। 

ଦ୍ରୁତ ଗତି, ମଦ ପିିଇ ଗାଡ଼ି ଚାଳନା, ନାଲି ବତୀ ପାର୍‌, ଓଭର ଲୋଡ୍, ହେଲମେଟ୍ ବିନା ଡ୍ରାଇଭିଂ ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର ଆଦି ବିଭିନ୍ନ କାରଣରୁ ଲାଇସେନ୍ସ ବାତିଲ ହୋଇଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ)ଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।

ସୁପ୍ରିମକୋର୍ଟଙ୍କ ସଡ଼କ ନିରାପତ୍ତା କମିଟି ନିର୍ଦ୍ଦେଶ ଅନୁସାରେ,ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀମାନଙ୍କର ଲାଇସେନ୍ସକୁ ୩ ମାସ ଲାଗି ବାତିଲ କରାଯାଇଛି।

ଅନ୍ୟପକ୍ଷେ, ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି ଆଉ ୩ ମାସ ବଢାଇଛନ୍ତି ରାଜ୍ୟ ସରକାର। ବୈଧତା ଅବଧିକୁ ୨୦୨୧ ଜୁନ୍‌ ୩୦ ଯାଏ ବଢାଯାଇଥିବା ଟ୍ୱିଟ୍‌ ଯୋଗେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

You might also like