• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଲକାନଗିରି: ଲସି ପିଇ ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର । ମାଲକାନଗିରି କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇପଡିଥିଲେ ସମସ୍ତେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଟିମ୍ ଅସୁସ୍ଥ ମାନଙ୍କୁ ପଡିଆ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲା । ସ୍ୱାସ୍ଥ୍ୟ ବିଭାଗ ଟିମ୍ ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି । ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ଅସୁସ୍ଥ ଲୋଙ୍କୁ ମେଡିକାଲ୍ ଆଣି ଚିକିତ୍ସା କରାଯାଉଛି । ତେବେ ଏହାର ପଛର କାରଣ ଜାଣିବା ପାଇଁ ତଦନ୍ତ କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍ ।

 

ସେପଟେ ନୟାଗଡ଼ ଜିଲ୍ଲାରେ ବିବାହ ଭୋଜି ଖାଇ ୨୫ ଜଣ ଗୁରୁତର ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରବିଗାଡ଼ିଆ ଗ୍ରାମପଞ୍ଚାୟତ କୁରୁମବାଙ୍କତରା ଗାଁରେ ଘଟିଛି ଏହି ଅଘଟଣ । କୁରୁମବାଙ୍କତରା ଗ୍ରାମ ଆଡୁଆ ସାହିରେ ଭୋଜି ଖାଇ ୨୫ରୁ ଅଧିକ ଗୁରୁତର ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଅଛି । ମୃତକ ଜଣକ ହେଲେ ରାଧା ବାରିକଙ୍କ ସ୍ତ୍ରୀ ମାଟିଆଣୀ ବାରିକ । ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସଧୀନ ଅବସ୍ଥାରେ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି । ଆକ୍ରାନ୍ତ ମାନଙ୍କୁ ସ୍ଥାନୀୟ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଭୋଜି କିଭଳି ବିଷାକ୍ତ ହେଲା ସେନେଇ କୌଣସି ସୂଚନା ମିଳିନାହିଁ ।

Over-100-taken-ill-after-drinking-lassi-in-a-hotel-at-kalda-panchayat
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories