ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ବସ୍‌ରେ ଥିଲେ ୪୦ରୁ ଅଧିକ ଯାତ୍ରୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ୍‌ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍‌ଟି କଟକ ଅଭିମୁଖେ ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଆଜି ଭୋର ସମୟରେ ବସ୍‌ଟି ପାଖାପାଖି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି ସୁନିତି ବେଣାକନ୍ଦାରୁ କଟକ ଅଭିମୁଖେ ବାହାରିଥିଲା। ଏହି ସମୟରେ ଦ୍ରୁତ ଗତିରେ ଥିବା ବସ୍‌ଟି କୁମ୍ଭାରୁଣୀ ଛକ ନିକଟରେ ଏକ ବୁଲାଣି କାଟିବା ବେଳେ ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଥିଲା। ଫଳରେ ୧୦ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦ୍ରାପଡ଼ା ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ପୋଲିସ୍‌, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ଏକ ବସ୍‌ରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇଛନ୍ତି।

You might also like