କାଲିଠୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ
ଭୁବନେଶ୍ୱର: ଆସନ୍ତାକାଲିଠୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ ରହିବ। ଏ ନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡି ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।
ଭୁବନେଶ୍ୱର ଏମ୍ସର କିଛି କର୍ମଚାରୀଙ୍କ କରୋନା ପଜିଟିଭ ଆସିଥିବାରୁ ହସ୍ପିଟାଲ୍ରେ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି। ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍ରୁ ଆସୁ ଥିବାରୁ ସେମାନଙ୍କୁ ହସ୍ପିଟାଲ୍ ଆସିବାକୁ ବାରଣ କରାଯାଇଥିବା ଜଣାପଡ଼ିଛି।
ଯଦିଓ ହସ୍ପିଟାଲ୍ର ଓପିଡି ବନ୍ଦ ରହିବ, ତେବେ ରୋଗୀଙ୍କୁ ଟେଲି ମେଡିସିନ ସୁବିଧା ମିଳିବ। ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ ଜରିଆରେ ମଧ୍ୟ ପରାମର୍ଶ ମିଳିପାରିବ। ଓପିଡି ବନ୍ଦ ରହୁଥିଲେ ବି କାଜୁଆଲ୍ଟି ଓ ଇମର୍ଜେନସି ସେବା ଚାଲୁ ରହିବ।
କାଲିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ ରହିବ: ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳିଙ୍କ ସୂଚନା #Odisha pic.twitter.com/8vHZ3teFzo
— ଓଟିଭି (@otvkhabar) July 9, 2020