କଟକ ସହରରୁ ୧୨୨ ପଜିଟିଭ ଚିହ୍ନଟ

କଟକ: ଆଜି କଟକ ମହାନଗର ନିଗମ ଅଞ୍ଚଳରୁ ୧୨୨ ପଜିଟିଭ ଚିହ୍ନଟ। କଣ୍ଟେନମେଣ୍ଟ ଜୋନରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ।ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟିନରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟିନରୁ ୪୮, ଲୋକାଲ କଣ୍ଟାକ୍ଟ କେସ୍ ୩୧ ରହିଛି।

କେଉଁ ଅଞ୍ଚଳରୁ କେତେ:-

ମାଲଗୋଦାମ ଜଳୁଆ ସାହିରୁ ୨୪, ବେହେରାସାହିରୁ ୮ ଚିହ୍ନଟ ହୋଇଛନ୍ତି। OSAP ଷଷ୍ଠ ବାଟାଲିଅନରୁ ୧୬ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଛୁଆ ବଜାରରୁ ୭, ତେଲେଙ୍ଗା ବଜାରରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


କଟକ ସହରରେ ମୋଟ ପଜିଟିଭ ୧୬୬୮କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୮୧୪ ସୁସ୍ଥ ରହିଛି। ଏବେବି ଆକ୍ଟିଭ କେସ୍ ୮୪୪ ରହିଛି। ୧୦ ଜଣଙ୍କ ମୃତ୍ୟୁ ରହିଛି।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୭୩୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୭୩୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୭୫ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୫୯ ରହିଛି।

ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୬୩ ଜଣ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

You might also like