କଟକ ଟାଉନ୍‌ରୁ ୬୪ ପଜିଟିଭ ଚିହ୍ନଟ, ବେହେରା ସାହିରୁ ଆଉ ୨୪

କଟକ: କଟକ ମାଲଗୋଦାମ ବେହେରା ସାହିରେ ଥମିବାର ନାଁ ନେଉନି କରୋନା। ଆଜି ମାଲଗୋଦାମ ବେହେରା ସାହିରୁ ଆଉ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଆକ୍ରାନ୍ତଙ୍କ ମଧ୍ୟରେ ୧୭ ପୁରୁଷ, ୭ ଜଣ ମହିଳା ଅଛନ୍ତି। ଗତକାଲି ବେହେରା ସାହିରୁ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ସିଏମ୍‌ସି ଟ୍ୱିଟ୍‌ କରିଛି।

ଆଜି କଟକ ଟାଉନ୍‌ରୁ ମୋଟ୍‌ ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୪ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୦ ଲୋକାଲ କେସ୍‌।

ମଧୁପାଟଣା ଅରବିନ୍ଦନଗରରୁ ଜଣେ, ଜଣେ କୋଭିଡ୍‌ ଯୋଦ୍ଧା, ବଢ଼େଇସାହିରୁ ଜଣେ, କେଶରପୁରରୁ ଜଣେ, ଦେଉଳି ସାହୁରୁ ୨ ଜଣ, ଦୋଳମୁଣ୍ଡେଇରୁ ଜଣେ, ଜଗତପୁରରୁ ଜଣେ, ତେଲଙ୍ଗାବଜାରରୁ ଜଣେ, ବାଲିକୁଦାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ(ଲୋକାଲ୍‌ କେସ) ଚିହ୍ନଟ ହୋଇଛନ୍ତି।

ସିଏମ୍‌ସି ଅଞ୍ଚଳରୁ ଆଜି ସୁଦ୍ଧା ୧୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୭୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୭୦୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୬୯୯ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୬୯୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬୨୬ ରହିଛି।୨୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

You might also like