‘ସରକାର ବିଳମ୍ବରେ ନିଷ୍ପତ୍ତି ନେବାରୁ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା’

ପୁରୀ: ରଥଯାତ୍ରାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ବିଳମ୍ବରେ ନେଲେ। କରୋନା ଯୋଗୁ ନିଷ୍ପତ୍ତି ନେବାକୁ ଭୟ କଲେ ରାଜ୍ୟ ସରକାର। ଯାହା ଫଳରେ କଳାପାହାଡ଼ ଭଳି ଇତିହାସ ପୁଣି ଥରେ ସୃଷ୍ଟି ହେଲା। ଆଜି ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ରଥଯାତ୍ରା ହେଲେ କରୋନା ବ୍ୟାପିବା ଆଶଙ୍କା କରି ରାଜ୍ୟ ସରକାର ଚୁପ୍ ରହିଲେ। ତେଣୁ ସୁପ୍ରିମକୋର୍ଟଙ୍କୁ ଏନେଇ ନିଷ୍ପତ୍ତି ନେବାକୁ ପଡ଼ିଲା। ବର୍ତ୍ତମାନ ଲୋକେ ଘରୁ ବାହାରୁ ନାହାନ୍ତି, ବସ୍‌ରେ ଯାତ୍ରୀ ହେଉନାହାନ୍ତି। ଯଦି ସ୍ନାନ ଭଳି ସରକାର ରଥଯାତ୍ରା କରାଇପାରିଥାନ୍ତେ ତାହେଲେ ବିନା ଭକ୍ତରେ ରଥଯାତ୍ରା ସମ୍ଭବ ଥିଲା।

ସେପଟେ ସୁପ୍ରିମକୋର୍ଟଙ୍କ ଉପରେ ଏବେ ନଜର ରହିଛି। ମୋଡିଫିକେସନ୍ ଆବେଦନ ଉପରେ ଯାହା ରାୟ ଦେବେ ସେ ନେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼ାଇ। ତେବେ ଟିଭିରେ ଭକ୍ତ ରଥଯାତ୍ରା ଦେଖିବାକୁ ଚାହୁଁଥିଲେ ତେଣୁ ଏବେ ନିରାଶ ହେବା ସ୍ୱାଭାବିକ।

You might also like