ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ। ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ପୋଲିସ୍ ଉଠାଇ ନେଲା। ରମେଶଙ୍କୁ ତାଙ୍କ ଘର ପାଖରୁ ପୋଲିସ ଉଠାଇ ନେଇଛି। ୪ରୁ ୫ ଜଣ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ଜଣାପଡ଼ିଛି। ରମେଶଙ୍କୁ ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ପୋଲିସ ନେଇଯାଇଛନ୍ତି।

ଏମିତିକି ଫୋନ୍‌ଟିଏ କରିବାକୁ ବି ରମେଶଙ୍କୁ ସୁଯୋଗ ଦେଇନଥିଲେ। ଫୋନ୍ କରିବାକୁ ଚାହିଁବାରୁ, ମୋବାଇଲ ଛଡ଼ାଇ ନେଇଥିଲା ପୋଲିସ। ଏ ସମସ୍ତ ଘଟଣା ଓଟିଭିର ଜଣେ ବରିଷ୍ଠ ଉପସ୍ଥାପିକାଙ୍କ ସାମ୍ନାରେ ଘଟିଥିଲା।

ସଂଯୋଗବଶତଃ ବରିଷ୍ଠ ଉପସ୍ଥାପିକା ଜଣକ ସେହି ରାସ୍ତାରେ ଆସୁଥିଲେ। ରମେଶଙ୍କୁ ପୋଲିସ ଟିମ୍ ଭିଡ଼ି ଗାଡ଼ିରେ ନେଇଥିବା ଉପସ୍ଥାପିକା କହିଛନ୍ତି। ରମେଶଙ୍କୁ କେଉଁ ପୋଲିସ, କେଉଁ ଅଭିଯୋଗରେ ନେଇଛି ତାହା ଅସ୍ପଷ୍ଟ ରହିଛି। ଏମିତିକି କାରଣ ନେଇ ପରିବାରକୁ ବି ପୋଲିସ କହିନଥିବା ସୂଚନା ମଧ୍ୟ ମିଳିଛି। ସୂଚନା ଅନୁସାରେ ରମେଶଙ୍କୁ କେନ୍ଦୁଝର ପୋଲିସ ଉଠାଇ ନେଇଛି। କମିଶନରେଟ୍ ପୋଲିସ ନା କେନ୍ଦୁଝର ପୋଲିସ; କିଏ ସ୍ପଷ୍ଟ କରିବ ?

ଆହୁରି ପଢ଼ନ୍ତୁ

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

You might also like