ପୁରୀ: ପୁରୀକୁ ଖିନଭିନ୍ କରିଦେଇଛି ବାତ୍ୟା ‘ଫୋନି’। ସଂଧ୍ୟା ହେବା ମାତ୍ରେ ସହର ଅନ୍ଧାରରେ ବୁଡ଼ି ଯାଉଛି। ମୋବାଇଲ୍ ଚାଲୁନି କି ଲୋକେ ଟେଲିଭିଜନ ବି ଦେଖିପାରୁ ନାହାନ୍ତି।
ଏଭଳି ସମୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ଓଟିଭି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ପୁରୀ ବଡ଼ଦାଣ୍ଡରେ ଏକ ବଡ଼ ଟିଭି ଲଗାଯିବା ପରେ ଲୋକେ ସାରା ଦୁନିଆର ଖବର ଜାଣି ପାରୁଛନ୍ତି।
‘ଫୋନି’ରେ ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏପରିକି ପୁରୀ ରେଳ ଷ୍ଟେସନ୍ ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି। ଅନ୍ୟପକ୍ଷେ, ପୁରୀକୁ ବିଦ୍ୟୁତ୍ ସେବା ଦେବା ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି ।
https://youtu.be/fwHJftiv5q4