ଓଟିଭିର ପ୍ରଭାବ: ମାଟି ଶଙ୍ଖ ଶିଳ୍ପୀଙ୍କୁ ମିଳିଲା ପ୍ରୋତ୍ସାହନ

ବାଲେଶ୍ୱର: ପୂର୍ବରୁ ବାଲେଶ୍ୱରର ଜଣେ ବୟସ୍କ ମହିଳା ଉର୍ମିଳା ଦେହୁରି ମାଟିରେ ଶଙ୍ଖ ତିଆରି କରୁଥିବା ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହା ଲୋକଲୋଚନକୁ ଆସିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ତାଙ୍କର କଳାକୃତିକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଗ୍ରହ ପ୍ରକାଶ ପାଇଛି। ଭୁବନେଶ୍ୱରର ହାପି ଲିଭିଙ୍ଗ ଫାଉଣ୍ଡେସନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ତାଙ୍କୁ ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛି।

ଏହାସହ ଏହି ଶଙ୍ଖକୁ କିଭଳି ସରକାରୀ ଓ ବେସରକାରୀ ସଂସ୍ଥାରେ ଉପଲବ୍ଧ କରାଇବେ ସେନେଇ ପ୍ରୟାସ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଉର୍ମିଳାଙ୍କ ଯାଦୁକରୀ; ମାଟି ଶଙ୍ଖକୁ ଦେଉଛନ୍ତି ଜୀବନ

ଆହୁରି ପଢ଼ନ୍ତୁ

You might also like