ଓଟିଭିର ବଡ଼ ଉପଲବ୍ଧି: ୟୁଟ୍ୟୁବ୍‌ରେ ୫୦ ଲକ୍ଷ ଛୁଇଁଲା ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା

ଭୁବନେଶ୍ୱର: ଓଟିଭି ନ୍ୟୁଜକୁ ଆଉ ଏକ ସଫଳତା ମିଳିଛି। ଡିଜିଟାଲ ପ୍ଲାଟଫର୍ମରେ ବି ଏକ ନମ୍ବର। ୟୁଟ୍ୟୁବ୍‌ରେ ଓଟିଭି ନ୍ୟୁଜ୍ ସବ୍‌ସ୍କ୍ରାଇବରଙ୍କ ସଂଖ୍ୟା ୫ ମିଲିୟନ ବା ୫୦ ଲକ୍ଷ ଅତିକ୍ରମ କରିଛି। ପ୍ରଥମ ଓଡିଆ ଚ୍ୟାନେଲ ଭାବେ ଏହି ବିରଳ ସଫଳତା ଓଟିଭି ନ୍ୟୁଜ ହାସଲ କରିଛି। ନ୍ୟୁଜ୍ କ୍ରମାଗତ ଭାବେ ଡିଜିଟାଲ ପ୍ଲାଟଫର୍ମରେ ଖବର ଦେଖିବାର ଚାହିଦା ବଢିବାରେ ଲାଗିଛି।

ଦର୍ଶକଙ୍କ ଆଗ୍ରହ ଓ ଆବଶ୍ୟକତାକୁ ଦେଖି ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଉତ୍ତମ ମାନର ଖବର ପ୍ରସାରଣ ଲାଗି ଓଟିଭି ପ୍ରୟାସ ଜାରି ରଖିଛି। କେବଳ ୟୁଟ୍ୟୁବ୍‌ ନୁହେଁ, ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ଓଟଭିି ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ନିକଟରେ ପହଞ୍ଚିପାରିଛି।

ଫଳ ସ୍ୱରୂପ ଫେସବୁକ୍, ଟୁଇଟର ଓ ଇନଷ୍ଟାଗ୍ରାମରେ ବି ଓଟିଭି ନ୍ୟୁଜ ଏକ ନମ୍ବରରେ ରହିଛି। ସେହିପରି ଓଟିଭି ଡିଜିଟାଲକୁ ଦର୍ଶକ ଏକ ବିଶ୍ୱାସଯୋଗ୍ୟ ନ୍ୟୁଜ ପ୍ଲାଟଫର୍ମ ଭାବେ ଗ୍ରହଣ କରିଛନ୍ତି। କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବିଦେଶରେ ରହୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଏହା ଖବର ଜାଣିବାର ଏକ ମୁଖ୍ୟ ମାଧ୍ୟମ ପାଲଟିଛି।

You might also like