ରାଜଧାନୀରେ ପାର୍କିଂ କେଳେଙ୍କାରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାର୍କିଂ କେଳେଙ୍କାରୀ। ଏକ ନମ୍ବର ହାଟରେ ଥିବା ପାର୍କିଂରୁ ଏତେ କମ୍ ଟଙ୍କା ଆଦାୟ ହେଉଛି, ଆପଣ ବି ବିଶ୍ୱାସ କରିପାରିବେନି। ଟିକେଟ୍‌ ବହିରେ ଦେଖିବାକୁ ମିଳିଛି, ଏଠାରୁ ଦୁଇଦିନ ମଧ୍ୟରେ କେତେ ଅର୍ଥ ଆଦାୟ ହୋଇଛି। ଦୈନିକ ମାତ୍ର ୮୮୦ ରୁ ୯ଶହ ୬୦ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି। ଆପଣଙ୍କୁ ବିଶ୍ୱାସ ଲାଗୁ ନ ଥିଲେ ବିି ଏହା ସତ।

ଯଦି ଏକ ନମ୍ବର ଭଳି ହାଟରୁ ଦୈନିକ ଆଦାୟ ଏତେ କମ୍, ତେବେ ଅନ୍ୟ ପାର୍କିଂ ସ୍ଥାନମାନଙ୍କରୁ କେତେ ଟଙ୍କା ଆଦାୟ ହେଉଥିବ ତାହା ସହଜେ ଅନୁମେୟ। ଏଠି ପୁଣି ୩ଜଣ ସରକାରୀ କର୍ମଚାରୀଙ୍କୁ କାମରେ ଲଗାଇ ଫି ଆଦାୟ ହେଉଛି। କିନ୍ତୁ ସେମାନଙ୍କର ଦରମା ପଇସା ବି ଉଠୁ ନାହିଁ।

ଠିକ୍ ସେହିପରି ମାର୍କେଟ ବିଲଡ଼ିଂ ସମ୍ମୁଖରେ ଥିବା ପାର୍କିଂ ସ୍ଥାନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଠିବି କୁଆଡ଼େ ଦୈନିକ ଆଦାୟ ହେଉଛି ୫୬୦ଟଙ୍କା। ସେଠାରେ ପାର୍କିଂ ଫି ଆଦାୟ କରୁଥିବା କର୍ମଚାରୀ ଜଣକ ମାର୍ଚ୍ଚ ମାସର ଏକ ପୁରୁଣା ଟିକେଟ ବହି ଧରିଥିବା ଦେଖିବାକୁ ମିଳିଥିଲା। ପାଖରେ ଥିଲା ମାତ୍ର ତିନୋଟି ନୂଆ ଟିକେଟ୍‌। ସକାଳୁ ଦିନ ତିନିଟା ଭିତରେ ମାତ୍ର ୧୬ଟି ଗାଡ଼ିର ଟିକେଟ୍‌ କଟା ଯାଇଥିବା ଦେଖିବାକୁ ମିଳିଥିଲା। ସେପଟେ କିନ୍ତୁ ପାର୍କିଂ ଲଟ୍‌ ପୁରା ଫୁଲ୍‌।

ଏହି ଘଟଣାକୁ ନେଇ ବିଏମ୍‌ସିକୁ ଆରଟିଆଇ ଜରିଆରେ ତଥ୍ୟ ମଧ୍ୟ ମଗାଯାଇଥିଲା ଯେଉଁଥିରେ ଗତ ୨୦୧୮ରେ ସମଗ୍ର ଭୁବନେଶ୍ୱରରୁ ପାର୍କିଂ ବାବଦକୁ ଆଦାୟ ହୋଇଛି ମାତ୍ର ୨୨ ଲକ୍ଷ ୮୦ ହଜାର ଟଙ୍କା। ଆଉ ଏଥିରେ ମାତ୍ର ତିନୋଟି ସ୍ଥାନ ପାଇଁ ଟେଣ୍ଡର ହୋଇଛି। କିନ୍ତୁ ଏଥିରେ ଆଉ ଏକ ଚକିତ କରିଦେଲା ଭଳି ତଥ୍ୟ ବି ଥିଲା ତାହା ହେଉଛି, ଏହାର ପୂର୍ବ ବର୍ଷ ଅର୍ଥାତ୍ ୨୦୧୭ ମସିହାରେ ପାର୍କିଂ ବାବଦକୁ ଆୟ ଥିଲା ୨ କୋଟି ୨୦ ଲକ୍ଷ ୪୮ ହଜାର ଟଙ୍କା।

୩ଟି ଜୋନ୍‌ରୁ ତଥ୍ୟ ମୁଖ୍ୟ ଅଫିସକୁ ଆସିନାହିଁ। ଦୁଇ ବର୍ଷ ହେଲା ପାର୍କିଂ ଅର୍ଥ ଓ ତଥ୍ୟ ଏପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟକୁ ଆସିନିା ତେବେ ଏଠି ପ୍ରଶ୍ନ ଉଠୁଛି, ସଂସ୍ଥାର ବାର୍ଷିକ ଅଡ଼ିଟ୍ କିପରି ହେଲା ? କୋଟି କୋଟି ଟଙ୍କା ଜୋନ୍‌ ଅଫିସରେ ଏତେ ଦିନ ଧରି ପଡ଼ି ରହିଛି।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମୁଦାୟ ୭୨ଟି ପାର୍କିଂ ଲଟ୍ ମଧ୍ୟରୁ ମାତ୍ର ତିନିଟି ସ୍ଥାନ ପାଇଁ ଟେଣ୍ଡର ହୋଇଛି। ଯେହେତୁ ଅନ୍ୟ ଗୁଡିକ ଟେଣ୍ଡର ହୋଇପାରିଲା ନାହିଁ ସେଥିମଧ୍ୟରୁ ୧୨ଟି ପାର୍କିି ଲଟ୍‌କୁ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ଦି‌ଆଯାଇଛି। ବଳକା ୬୦ରୁ ୨୨ଟି ଲଟକୁ ସାମୟିକ ଭାବେ ସ୍ପଟ ଟେଣ୍ଡର କରାଯାଉଛି। ୩୩ଟି ପାର୍କିଂ ଲଟ୍‌ରୁ ଫି ଆଦାୟ ସମ୍ପୂର୍ଣ୍ଣ ବନ୍ଦ ଅଛି। କିନ୍ତୁ କିଛି ସ୍ଥାନରେ ଏ ସବୁ ସ୍ଥାନରୁ ଜୋର ଜବରଦସ୍ତ ବେଆଇନ୍ ଭାବେ ପାର୍କିଂ ଆଦାୟ କରୁଛନ୍ତି। ବେଆଇନ୍‌ ପାର୍କିିଂ ଫି ଆଦାୟ କରୁଥିବା ୩ ଜଣ ଯୁବକଙ୍କୁ ଧରା ଯାଇଛି। ବିଏମ୍‌ସି ଦେଇଥିବା ୱେବ୍‌ସାଇଟ୍‌ ତଥ୍ୟ ଅନୁସାରେ ମାତ୍ର ୧୭ଟି ସ୍ଥାନରୁ ପାର୍କିଂ ଆଦାୟ କରାଯାଉଛି।

ଆହୁରି ପଢ଼ନ୍ତୁ

ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

You might also like