ବିଶ୍ୱ ଏଡ୍‌ସ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନ ଆୟୋଜିତ

ଭୁବନେଶ୍ୱର: ଆଜି ବିଶ୍ୱ ଏଡ୍‌ସ ଦିବସ। ଏଡ୍‌ସର ଭୟାବହତା ଏବଂ ସଚେତନତା ନେଇ ସାରା ବିଶ୍ୱରେ ପାଳିତ ହେଉଛି ଏହି ଦିବସ। ଏ ବର୍ଷ ଏଡ୍‌ସ ଦିବସର ବାର୍ତ୍ତା ରହିଛି ‘KNOW YOUR STATUS’ ଅର୍ଥାତ ସମସ୍ତେ ଏଡ୍‌ସ ଓ HIVକୁ ନେଇ ନିଜର ଅବସ୍ଥା ଜାଣନ୍ତୁ। ନିଜେ ସଚେତନ ହୁଅନ୍ତୁ ଓ ଅନ୍ୟମାନଙ୍କୁ ସଚେତନ କରାନ୍ତୁ।

ଏହି ଅବସରରେ ଓଟିଭି ପକ୍ଷରୁ ଆୟୋଜନ କରାଯାଇଛି ମିନି ମାରାଥନ। ମୃତ୍ୟୁ ନୁହେଁ, ଜୀବନ ଆଡକୁ ଦୌଡ଼। ଏଡ୍‌ସ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ସ୍ଲୋଗାନ ଦେଇ ଓଟିଭି ପକ୍ଷରୁ ଆୟୋଜନ ହୋଇଛି ଏହି ମିନି ମାରାଥନ।

ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ସପ୍ତମ ବାଟାଲିୟନ ପଡ଼ିଆରୁ ସକାଳ ସାଢ଼େ ୬ଟାରେ ଏହି ମିନି ମାରାଥନ ଆରମ୍ଭ ହୋଇଛି।

ପ୍ରାଦେଶିକ ସେନା ୧୨୦ ଇନ୍‌ଫାନ୍‌ଟ୍ରି ବାଟାଲିୟନର ଅଫିସିଏଟିଂ କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଜେ.ଏସ୍. ଭଦୋରିଆ ଏହାକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଏଥିରେ ଛାତ୍ରଛାତ୍ରୀଙ୍କ ସହ କ୍ରୀଡାବିତ୍ ଓ ସେଲେବ୍ରିଟି ସାମିଲ ହୋଇଥିଲେ।  ୨୦୦୯ରୁ ବିଶ୍ୱ ଏଡ୍‌ସ ଦିବସ ଅବସରରେ ପ୍ରତି ବର୍ଷ ଓଟିଭି ପକ୍ଷରୁ ମିନି ମାରାଥନ ଆୟୋଜିତ ହୋଇ ଆସୁଛି।  ଚଳିତ ବର୍ଷ ହେଉଛି ଏହାର ଦଶମ ସଂସ୍କରଣ।

You might also like