ଓଟିଭି ଉପରେ ପ୍ରଶାସନର ଆକ୍ରୋଶ: ବିନା ନୋଟିସ୍‌ରେ ଭଙ୍ଗାଗଲା ସାରୁଅ ମହିଳା ସମିତି ପାଚେରି

ଭୁବନେଶ୍ୱର: ପୁଣି ଓଟିଭି ଉପରେ ପ୍ରଶାସନର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ। ବିନା ନୋଟିସ୍‌ରେ ସାରୁଅରେ ଥିବା ମହିଳା ସମିତିର ପାଚେରିକୁ ତରବରିଆ ଭାବେ ଭାଙ୍ଗୁଛି ପ୍ରଶାସନ। ତେବେ ଏନେଇ ବେଗୁନିଆ ତହସିଲଦାରଙ୍କ କହିବା କଥା, ପ୍ରକୃତିକ ଜଳ ସ୍ରୋତ ପାଇଁ ରାସ୍ତା ନ ଥିବାରୁ ଉଚ୍ଛେଦ କରାଯାଉଛି। ତେବେ କାହା ଜମିରେ ଏହି ପାଚେରି ହୋଇଛି, ସେ ନେଇ ପରେ ଜଣାପଡ଼ିବ ବୋଲି ତହସିଲଦାର କହିଛନ୍ତି। ବେଆଇନ୍‌ ଭାବେ ରାସ୍ତା ଅବରୋଧ ହୋଇଥିବାରୁ ଉଚ୍ଛେଦ କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ, ଖୋର୍ଦ୍ଧା ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ବି କାହିଁକି ବିନା ନୋଟିସରେ ଭଙ୍ଗାଯାଉଛି ? କିଏ ଜବରଦଖଲ କରିଥିଲା ? କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ କାହିଁକି ପ୍ରଶାସନ ତରବରିଆ ଭାବେ ଭାଙ୍ଗୁଛି  ବୋଲି ପ୍ରଶ୍ନରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ ବୋଲି ଖୋର୍ଦ୍ଧା ଉପଜିଲ୍ଲାପାଳ କହିଛନ୍ତି। ତେବେ ଏହି ଘଟଣାରେ ପ୍ରୋସେସ୍ ଫଲୋ ହୋଇଛି କି ନାହିଁ ସେ ନେଇ ଉପଜିଲ୍ଲାପାଳଙ୍କ ପାଖରେ ମଧ୍ୟ ତଥ୍ୟ ନାହିଁ। ବିନା ନୋଟିସ୍‌ରେ କହିଁକି ଭଙ୍ଗାଯାଉଛି ପ୍ରଶ୍ନର ଉତ୍ତରରେ ଉପଜିଲ୍ଲାପାଳ କହିଛନ୍ତି ପ୍ରୋସେସ୍ ଫଲୋ କରାଯାଇଥିବ, କିନ୍ତୁ ମୋ ପାଖରେ ତଥ୍ୟ ନାହିଁ।

ସାରୁଅରେ ଥିବା ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ୍ କୌଣସି ଜମି ଜବରଦଖଲ କରିନଥିବା ମାପଚୁପ କରି କହିଥିଲେ ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ ଶଙ୍କର୍ଷଣ ପାଇକରାୟ। ପ୍ଲଟ୍‌ ମାପ କଲା ବେଳେ ନକ୍ସା ମୁତାବକ ସରଜମିନ ଠିକ୍‌ ରହିଛି ବୋଲି କହିଥିଲେ ଅମିନ। ପ୍ଲଟ୍‌ ଯେତିକି ରହିବା କଥା ନକ୍ସା ଅନୁସାରେ ସେତିକି ଅଛି। ହେଲେ କେହି ଜବରଦଖଲ କରିନାହାନ୍ତି ବୋଲି ମାପଚୁପରୁ ସ୍ପଷ୍ଟ ଜଣାପଡୁଛି। ତା’ସହ ଧାନ ବିଲ ଅଛି, ଚାଷ ବି ହୋଇଛି ବୋଲି କହିଥିଲେ ଅମିନ। ଯେଉଁ ସ୍ଥାନରେ ପୋଖରୀ ଥିଲା ସେଠାରେ ଅଛି ଓ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ ସ୍ଥାନୀୟ ଲୋକେ କହିଥିଲେ।

ତେବେ ସାରୁଅରେ ଥିବା ମହିଳା ସମିତିର ପାଚେରିକୁ ପ୍ରଶାସନ ତରବରିଆ ଭାବେ ଭାଙ୍ଗିବା ପ୍ରସଙ୍ଗରେ ମତ ରଖିଛି ଓଟିଭି ନେଟଓ୍ୱର୍କ। ଆମେ ଆମ ଜମିରେ ମହିଳା ସମିତି ପାଇଁ ସିଏସ୍‌ଆର୍‌ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ମାଣ କାମ କରିଥିଲୁ। ଏହାର ନିଜସ୍ୱ ପାଚେରି ରହିଛି। ଆଜି ଭୋରରୁ ତହସିଲଦାର ଓ ତାଙ୍କ ଟିମ୍‌ ଆସି ପାଚେରି ଭଙ୍ଗା କାମ ଆରମ୍ଭ କରିଥିଲେ। ସେମାନେ ଆମକୁ କୌଣସି ନୋଟିସ୍‌ ଦେଇ ନାହାନ୍ତି ବୋଲି ଓଟିଭି ପକ୍ଷରୁ ମତ ରଖାଯାଇଛି।

You might also like