ଓଟିଭି ପ୍ରଭାବ ; ଚମ୍ପାକୁ ମିଳିଲା ଚିକିତ୍ସା

ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ

ମାଲକାନଗିରି : ଓଟିଭି ପ୍ରଭାବ। ୧୩ବର୍ଷ ଧରି ଶଯ୍ୟାଶାୟୀ ହୋଇ ପଡିରହିବା ଏବଂ ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣାରେ ପଦକ୍ଷେପ। ଓଟିଭିରେ ଏହି ଖବର ପ୍ରସାରଣ ହେବା ପରେ ଆଜି ଏକ ଡାକ୍ତରୀ ଟିମ୍ ସର୍ଗିଗୁଡ଼ା ଯାଇ ଚମ୍ପା କାଲାକୁରାଙ୍କୁ ମାଲକାନଗିରି ସଦର ଡାକ୍ତରଖାନାକୁ ନେଇଛନ୍ତି। ସେଠାରେ ଚମ୍ପାଙ୍କ ଅଧିକ ଚିକିତ୍ସା କରାଯିବ।

ପରିବାର ଲୋକଙ୍କ କହିବା ଅନୁସାରେ, ୨୦୦୬ ମସିହାରେ ସପ୍ତମ ଶ୍ରେଣୀ ପାଠ ପଢୁଥିବାବେଳେ ହଠାତ ଚମ୍ପାଙ୍କ ଗୋଡହାତ ଝିମା ମାରିଥିଲା। କାହିଁକି ଏଭଳି ହେଉଛି ସେନେଇ ପରିବାର ଲୋକ ବାରମ୍ବାର ଡାକ୍ତରଙ୍କୁ ଦେଖାଇଲେ, ହେଲେ କିଛି ସୁଫଳ ମିଳିଲାନି। ପରେ ଧିରେଧିରେ ଚମ୍ପାଙ୍କ ଗୋଡହାତ ଅଚଳ ହେବା ସହ ଶଯ୍ୟାଶାୟୀ ହୋଇପଡିଥିଲେ। ଏମିତିକି ନିଜ ହାତରେ ନିଜେ ଖାଇବାକୁ ମଧ୍ୟ ଅକ୍ଷମ ହୋଇଯାଇଥିଲେ।

ଘରର ଆର୍ଥିକ ସ୍ଥିତି ଶୋଚନୀୟ ଥିବାରୁ ଏବେ ଆଉ ବଂଚିବାକୁ ଚାହୁଁନାହାନ୍ତି ଚମ୍ପା। ଶୈଶବ ଅବସ୍ଥାରୁ ରୋଗାକ୍ରାନ୍ତ ହୋଇ କିଶୋରୀ ବୟସରେ ପହଞ୍ଚିଥିବାରୁ ଶେଷରେ ଇଚ୍ଛାମୃତ୍ୟୁ ନହେଲେ ଚିକିତ୍ସା ପାଇଁ ସରକାରୀ ସହାୟତା ଦେବା ଲାଗି ନିବେଦନ କରିଥିଲେ ଚମ୍ପା।

ଏହାସହ ମଧ୍ୟ ପଢ଼ନ୍ତୁ – ମୋତେ ଇଚ୍ଛା ମୃତ୍ୟୁ ଦିଅ ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି

You might also like