ଓଟିଭି ପ୍ରଭାବ: ସୁଧୁରିଲା ଡାକ୍ତରଖାନାର ଅବସ୍ଥା

ଜୟପୁର: ଓଟିଭି ପ୍ରଭାବ। ଜୟପୁର ପୁରୁଣା ଉପଖଣ୍ଡ ଡାକ୍ତରଖାନା ଏବେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ କମଳା ପୂଜାରୀ।

ଏହି ଡାକ୍ତରଖାନାରେ ଜରୁରୀ ଚିକିତ୍ସା ସହିତ ଏକ୍ସରେ, ରକ୍ତ ପରୀକ୍ଷା ଆଦି କରାଯାଇ ପାରିବ। ଆବଶ୍ୟକ ଚିକିତ୍ସା ସରଞ୍ଜାମ ସହିତ ଦରକାର ମୁତାବକ ଡାକ୍ତର ଓ ଅନ୍ୟ କର୍ମଚାରୀ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଗତ ଅକ୍ଟୋବର୍ ମାସ ୧୫ ତାରିଖରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକରେ ପରିଣତ କରାଯିବା ପରେ ଜୟପୁର ପୁରୁଣା ଉପଖଣ୍ଡ ଚିକିତ୍ସାଳୟ ଏକ ପ୍ରକାର ଅବ୍ୟବହୃତ ହୋଇ ପଡ଼ି ରହିଥିଲା। ଏ ସଂପର୍କରେ ଓଟିଭିରେ ଖବର ପ୍ରକାଶ ପାଇବା ପରେ ଡକ୍ତରଖାନାର ସ୍ଥିତି ସୁଧୁରିଛି।।

You might also like