ଓଟିଭି ପ୍ରଭାବ: ଖବର ପ୍ରସାରଣ ପରେ ସୁଧୁରିଲା ରାସ୍ତା ଅବସ୍ଥା  

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲା ପୋଲଗାଠାରୁ କୁଳିପୋସ୍ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ବର୍ଷା ହେଲେ ରାସ୍ତା କାଦୁଅ ହୋଇଯାଉଥିବାରୁ ଦୀର୍ଘ ଦିନ ହେଲା ଲୋକେ ବହୁ ଅସୁବିଧା ଭୋଗୁଥିଲେ। ଏମିତି କି ପିଲାଏ ବି ସ୍କୁଲ୍ ଯିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧୀଙ୍କୁ ଜଣାଇଥିଲେ। ହେଲେ କିଛି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା।

ମାତ୍ର ଏନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇ ପଡ଼ିଥିଲା ପ୍ରଶାସନ। ତତ୍‌କ୍ଷଣାତ୍ ଆରମ୍ଭ ହୋଇଥିଲା ରାସ୍ତା କାମ। ପୋଲଗାଠାରୁ କୁଳିପୋସ୍ ପର୍ଯ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବା ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପିଚୁ ହେଲା। ଫଳରେ ଗମନାଗମନ ସହଜ ହୋଇଛି। ପାଖାପାଖ ୧୫ଟି ପଞ୍ଚାୟତର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଏଥିଯୋଗୁ  ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାବାସୀଙ୍କ ମନରେ ଖୁସିର ଲହରି ଖେଳି ଯାଇଛି।

You might also like