• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଆସିକା /ବ୍ରହ୍ମପୁର/  ନୟାଗଡ଼ : ସଞ୍ଚାର ହେଲା ନୂଆ ଆଶା। ଫିଟିଲା ମୁକ୍ତିର ବାଟ। ଦାନା ପାଇଁ ଦୁବାଇ ଯାଇ ନିର୍ଯାତନା ଭୋଗିଥିବା ଓଡ଼ିଆ ଶ୍ରମିକ ବାହୁଡିବେ ଭିଟାମାଟିକୁ। ଫେରିବେ ପରିବାର ପାଖକୁ। ପରିଶ୍ରମ କରିଥିଲେ ବି ପାରିଶ୍ରମିକ ନମିଳିବାରୁ ଦୀର୍ଘ ଦିନ ଧରି ନାନା ଅଭାବ ଅସୁବିଧାରେ ପଡ଼ିରହିଥିଲେ ଏହି ୧୦ ଓଡ଼ିଆଙ୍କ ସମେତ ୨୫ ଜଣ ଭାରତୀୟ ଶ୍ରମିକ।

ଗତ ୩୧ ତାରିଖରେ ଓଡିଆ ଶ୍ରମିକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ପ୍ରଥମେ ଖବର ପ୍ରସାରଣ କରିଥିଲା ଓଟିଭି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ। ଏହାପରେ ବାଣିଜ୍ୟିକ ଦୂତାବାସ ଅଧିକାରୀ ଶ୍ରମିକଙ୍କୁ ଭେଟିବା ସହ ସେମାନଙ୍କୁ ଭାରତ ଫେରାଇ ଆଣିବା ଲାଗି ଆବଶ୍ୟକ ପଦକ୍ଷେପ ନେଉଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବାଣିଜ୍ୟିକ ଦୂତାବାସ ଅଧିକାରୀଙ୍କ ପକ୍ଷରୁ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ବି ଯୋଗାଇ ଦିଆଯାଇଛି। ସେହିପରି ଦୁବାଇରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଭ୍ରମ ପଟ୍ଟନାୟକ ଓଟିଭିରୁ ଓଡ଼ିଆ ଶ୍ରମିକଙ୍କ ଫୋନ ନମ୍ବର ସଂଗ୍ରହ କରିବା ସହ ସେମାନଙ୍କୁ ଭେଟି ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।

ଫସିରହିଥିବା ଓଡ଼ିଆ ଶ୍ରମିକ ମାନେ ନୟାଗଡ଼, ଗଂଜାମ, ବାଲେଶ୍ୱର ଏବଂ ଜଗତସିଂପୁର ଜିଲ୍ଲାର। ଗତ ୧୧ ମାସ ତଳେ ଦଲାଲ ମାଧ୍ୟମରେ ଦୁବାଇର ସାରଜା ସହରକୁ ଯାଇ ସ୍ଥାନୀୟ ଏକ କମ୍ପାନୀରେ କାଠକାମ ସହ ରଙ୍ଗ ମିସ୍ତ୍ରୀ ଭାବେ ନିୟୋଜିତ ହୋଇଥିଲେ। କିନ୍ତୁ ଗତ ୨ ମାସ ହେଲା ସେମାନଙ୍କ ସହ ଆଉ ପରିବାର ଲୋକେ କୌଣସି ଯୋଗାଯୋଗ କରିପାରିନଥିଲେ। ସେଠାରେ ସେମାନଙ୍କୁ ପାରିଶ୍ରମିକ ଓ ଖାଦ୍ୟ ବଦଳରେ ନିର୍ଯାତନା ଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଥିଲେ। ପାଖରେ ଟଙ୍କା ନଥିବାରୁ ସ୍ୱଦେଶ ଫେରିବା ବି ସମ୍ଭବ ହୋଇନଥିଲା। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରି ସୋଶାଲ ମିଡିଆରେ ଶ୍ରମିକମାନେ ଭିଡିଓ ସେୟାର କରିଥିଲେ। ଏଣେ କେନ୍ଦ୍ର ସରକାର ଶ୍ରମିକମାନଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେବାପରେ ସେମାନଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି।

ଦାନା ପାଇଁ ବିଦେଶ ଯାଇ ଓଡ଼ିଆ ଶ୍ରମିକ ଦୁର୍ଦ୍ଦଶା ଭୋଗିବା ନୂଆ ନୁହେଁ। ଘରୋଇ କମ୍ପାନୀ ଦ୍ୱାରା ନିର୍ଯାତନାର ଶିକାର ରାଜ୍ୟର ଅନେକ ଶ୍ରମିକଙ୍କୁ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଉଦ୍ଧାର କରାଯାଇଥିଲା।

https://youtu.be/gNi0gUIbbiM

Otv-impact-central-government-try-to-rescure-10odias-and-25-indians-from-dubai
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories