• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କୋରାପୁଟ: ଘରେ ତିନି ତିନି ଜଣ ରୋଗଗ୍ରସ୍ତ ଲୋକଙ୍କ ବୋଝ ନିଜ କାନ୍ଧରେ ବୋହୁଥିବା ୯୦ ବର୍ଷୀୟା ଡି. ଶୁଭଲକ୍ଷ୍ମୀଙ୍କ କରୁଣ କାହାଣୀ ଓଟିଭିରେ ପ୍ରସାରଣ ପରେ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପ୍ରଶାସନ ଓ ବିଭିନ୍ନ ବର୍ଗର ଲୋକେ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବ୍ରାହ୍ମଣୀ ଗାଁର ଶୁଭଲକ୍ଷ୍ମୀଙ୍କ ଘରେ ଅତିରିକ୍ତ ତହସିଲଦାର ପହଞ୍ଚି ତାଙ୍କ ସମସ୍ୟା କଥା ବୁଝିବା ସହ ତାରପଲିନ୍ ଦେଇଛନ୍ତି। ଏଥିସହ ସରକାରୀ ଯୋଜନାରେ ଘର ଯୋଗାଇବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଜୟପୁର ସଦର ଥାନା ଅଧିକାରୀ ପହଞ୍ଚି ଶୁଭଲକ୍ଷ୍ମୀଙ୍କ ପୁଅ କ୍ୱାରେଣ୍ଟିନରେ ଥିବା ଯାଏ, ତାଙ୍କୁ ପୋଲିସ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଜଣେ ଡାକ୍ତରୀ ଛାତ୍ରୀ ପରିବାର ସହ ଆସି ଏକ ହଜାର ଟଙ୍କା ପ୍ରଦାନ କରିଛନ୍ତି। ପ୍ରତିମାସ ସେ ଆର୍ଥିକ ସାହାଯ୍ୟ କରିବେ ବୋଲି କହିଛନ୍ତି। ଜଣେ ବିଜେପି ଯୁବନେତା ଗୌତମ ସାମନ୍ତରାୟ ପରିବାରକୁ ଆଶ୍ୱସନା ଦେବା ସହ ଶୁଖିଲା ଖାଦ୍ୟ ଦେଇଛନ୍ତି।

ସେପଟେ ଏହି ଖବର ଦେଖି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ କଳିଙ୍ଗ ବୈଶ୍ୟ ସମାଜ ସଭାପତି ମଧ୍ୟ ଆର୍ଥିକ ସହାୟତା ଯୋଗାଇଛନ୍ତି। ଡି ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ଓ ମଝିଆ ପୁଅକୁ ପକ୍ଷାଘାତ, ବଡ଼ ପୁଅକୁ କ୍ୟାନସର୍ ହୋଇଥିବା ବେଳେ, ସାନ ପୁଅକୁ ୧୪ ଦିନିଆ ସରକାରୀ କ୍ୱାରେଣ୍ଟିନକୁ ପଠାଯାଇଛି।  ଫଳରେ ପୂରା ପରିବାର ବୋଝ ୯୦ବର୍ଷିଆ ଶୁଭଲକ୍ଷ୍ମୀଙ୍କ ଉପରେ ପଡ଼ିଛି। ଏନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା।

https://youtu.be/gvzkCfk-yzc

Otv-impact-90-years-old-elderly-woman-managing-a-family-of-4-gets-assistance
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories