ସାମାଜିକ ନ୍ୟାୟ ଉପରେ ମତ ରଖିଲେ ଜଷ୍ଟିସ୍ ଦୀପକ ମିଶ୍ର

ଓଟିଭିର ନବମ ବାର୍ଷିକ କନ୍‌ଭେନସନ ଫୋର୍‌ସାଇଟ୍

ଭୁବନେଶ୍ୱର :  ସମସ୍ତ ନାଗରିକଙ୍କୁ ନିଜ ନିଜର ପ୍ରତିନିଧି ବାଛିବାର ଅଧିକାର ରହିଛି। ଏଥିସହ ସେମାନଙ୍କୁ ପ୍ରତ୍ୟାଖାନର ବି ଅଧିକାର ଦିଆଯାଇଛି। ଆଉ ନୋଟା ହେଉଛି ଏହାର ଆଇନ୍‌ଗତ ବ୍ୟବସ୍ଥା। ଓଟିଭି ଫୋରସାଇଟ୍-୨୦୧୯ରେ ଯୋଗ ଦେଇ ଏହା କହିଛନ୍ତି ସୁପ୍ରିମ୍‌କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର।

ଓଟିଭିର ଏହି ନବମ ବାର୍ଷିକ କନ୍‌ଭେନ୍‌ସନର ମୁଖ୍ୟ ଅତିଥି ଥିବା ଜଷ୍ଟିସ୍‌ ମିଶ୍ର ଉଦ୍‌ଘାଟନୀ ଅଭିଭାଷଣରେ ସାମାଜିକ ନ୍ୟାୟର ବିଭିନ୍ନ ସାମ୍ବିଧାନିକ ଦିଗ ଓ ଦୁର୍ବଳଶ୍ରେଣୀଙ୍କୁ ସଶକ୍ତୀକରଣ ଉପରେ ଆଲୋକପାତ କରିଥିଲେ। ସାମାଜିକ ନ୍ୟାୟ ସହ ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହିବା ସହ ମହିଳାଙ୍କୁ ସମାନ ଅଧିକାର ଓ ବାକ୍ ସ୍ୱାଧୀନତା ଉପରେ ମଧ୍ୟ ମତ ପ୍ରକାଶ କରିଥିଲେ ଜଷ୍ଟିସ୍‌ ମିଶ୍ର।

ଓଟିଭି ଫୋର୍ ସାଇଟ୍‌ର ଦ୍ୱିତୀୟ ଅଧିବେଶନର ଶୀର୍ଷକ ଥିଲା SPEAKING TRUTH TO POWER । ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ଆଉଟ୍ ଲୁକ୍ ମ୍ୟାଗାଜିନ୍‌ର ସଂପାଦକ ରୁବେନ୍‌ ବାନାର୍ଜୀ ଓ ସ୍ୱରାଜ୍ୟର କନସଲଟିଂ ଏଡିଟର ଆନନ୍ଦ ରଙ୍ଗନାଥନ୍।ଉଭୟେ ସ୍ୱାଧୀନ ମତବ୍ୟକ୍ତ ଅଧିକାର ସପକ୍ଷରେ ଯୁକ୍ତି ବାଢ଼ିଥିଲେ।

ଓଟିଭି ଫୋରସାଇଟ୍‌ର ଆଉ ଏକ ପ୍ରସଙ୍ଗ ଥିଲା INCLUSIVE GOVERNMENT OR MAJORITARIAN POLITICS।  ଏଥିରେ ଆଲୋଚନା କରିଥିଲେ ଗୋ ନ୍ୟୁଜର ଫାଉଣ୍ଡର ଆଣ୍ଡ ଏଡିଟର୍ ଇନ୍ ଚିଫ୍ ପଙ୍କଜ ପଚୌରୀ, ନ୍ୟୁଜ୍ ଏକ୍ସର ସିନିୟର୍ ଏକ୍‌ଜିକ୍ୟୁଟିଭ୍ ଏଡିଟର ପ୍ରିୟା ସେହଗଲ ଏବଂ ଦି ହିନ୍ଦୁ ସେଣ୍ଟର ଫର୍ ପଲିଟିକ୍ସ ଆଣ୍ଡ ପବ୍ଲିକ୍ ପଲିସିର ସିନିୟର୍ ଫେଲୋ ସ୍ମିତା ଗୁପ୍ତା।

ଅନ୍ୟ ଏକ ପ୍ରସଙ୍ଗ THE ELECTED VERSUS THE EXPERTSରେ ଭାଗ ନେଇଥିଲେ ସେଣ୍ଟର ଫର୍ ପଲିସି ରିସର୍ଚ୍ଚର ପ୍ରେସିଡେଣ୍ଟ ତଥା ଚିଫ୍ ଏକ୍‌ଜିକ୍ୟୁଟିଭ୍ ୟାମିନୀ ଆୟାର, ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ପ୍ରିୟବତ ପଟ୍ଟନାୟକ ଏବଂ ହିନ୍ଦୁସ୍ତାନ୍ ଟାଇମ୍ସର ପୂର୍ବତନ ଏଡିଟର୍ ଏଟ୍ ଲାର୍ଜ ରାଜେଶ ମହାପାତ୍ର।

 

ଆହୁରି ପଢ଼ନ୍ତୁ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

You might also like