• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଓଡ଼ିଶାରେ ଏକ ନୂଆ ଆଞ୍ଚଳିକ ଦଳର ସମୟ ଆସିଛି କି ? ଅପରାହ୍ନ ସେସନରେ ଏ ପ୍ରସଙ୍ଗରେ ଆଲୋଚନାରେ ମତ ରଖି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ କହିଥିଲେ ସବୁ ଛୋଟ ଦଳମାନେ ମିଶି ଗୋଟିଏ ଦଳ କରନ୍ତୁ। ସମସ୍ତେ ଏକାଠି ହେଲେ ଓଡ଼ିଶାରେ ପରିବର୍ତ୍ତନ ଆସିବ।

ସେହିପରି ରାଜ୍ୟରେ ବିଜେଡିର ବିକଳ୍ପ ଦରକାର ବୋଲି ମତ ରଖି ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ସଦସ୍ୟ ବ୍ରଜ କିଶୋର ତ୍ରିପାଠୀ କହିଥିଲେ। ଏଠି ଯେଉଁ ଆଞ୍ଚଳିକ ଦଳ ଶାସନ କରୁଛି ସେ ରାଜ୍ୟ ସ୍ୱାର୍ଥ ପାଇଁ କାମ କରୁନାହିଁ। ଉତ୍କଳ ଭାରତ ପାର୍ଟି ସଭାପତି ଖାରବେଳ ସ୍ୱାଇଁ କହିଥିଲେ ଓଡ଼ିଶାରେ ମେଣ୍ଟ ନତିଷ୍ଠିବାର ମୂଳ ସମସ୍ୟା ହେଉଛି ପରସ୍ପର ପ୍ରତି ସମ୍ମାନବୋଧର ଅଭାବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଆଲୋଚନାରେ ମତ ରଖି ଓଡ଼ିଶା ରାଜନୀତିରେ ଏବେ ସ୍ଥାଣୁତା ଆସିଯାଇଛି ବୋଲି କହିଥିଲେ।

ଶେଷରେ ‘ବଲିଉଡ଼ ସୋଶାଲ୍ ମ୍ୟାଣ୍ଡେଟ୍‌’ ଶୀର୍ଷକ ଆଲୋଚନାରେ ଭାଗ ନେଇ ବୁଦ୍ଧିଜୀବୀଙ୍କ ବିଭିନ୍ନ ପ୍ରଶ୍ନରେ ମତ ରଖିଥିଲେ ବିଶିଷ୍ଟ ବଲିଉଡ୍ ନିର୍ଦ୍ଦେଶକ ଓ ପ୍ରଯୋଜକ ମଧୁର ଭଣ୍ଡାରକର। କାର୍ଯ୍ୟକ୍ରମ ଆରମ୍ଭରେ ଓଟିଭିର ମ୍ୟାନେଜିଂ ଡିରେକ୍ଟର ଜଗି ମଙ୍ଗତ ପଣ୍ଡା ଫୋର୍‌ସାଇଟ୍‌ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇବା ସହ ଗତ ୨ ବର୍ଷ ଧରି ଓଟିଭି କିଭଳି ସରକାରୀ କଟକଣାର ସମ୍ମୁଖୀନ ହେବା ସତ୍ତ୍ୱେ କାମ କରୁଛି ତାହା କହିଥିଲେ।

https://youtu.be/7krOxQP5Qfw

Otv-foresight-2019-political-leaders-discuss-about-emergence-of-a-new-regional-political-part
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories