ରାଜନୈତିକ ଆକ୍ରୋଶ ରଖି OTV କୁ ହଇରାଣ କରାଯାଉଛି: ରାମ ମାଧବ

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ମୂଳକ ପଦକ୍ଷେପକୁ ନିନ୍ଦା କରିଛନ୍ତି ବିଜେପି ନେତା ରାମ ମାଧବ।

ଟ୍ୱିଟ୍ କରି ସେ କହିଛନ୍ତି, ରିପବ୍ଲିକ୍‌ ଟିଭି ବିରୋଧରେ ମହାରାଷ୍ଟ୍ର ସରକାର ଯେପରି ପଦକ୍ଷେପ ନେଉଛନ୍ତି, ସେଭଳି ଢଙ୍ଗରେ ଓଟିଭି ବିରୋଧରେ ଓଡିଶା ସରକାର ପଦକ୍ଷେପ ନେଉଛନ୍ତି। ଚ୍ୟାନେଲ୍ ପ୍ରମୋଟର ତଥା ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଏବଂ ଓଟିଭିର ଷ୍ଟାଫ୍ ମାନଙ୍କୁ ପୋଲିସ୍‌ ଜାଣିଶୁଣି ହଇରାଣ କରୁଛି। ରାଜନୈତିକ ଆକ୍ରୋଶ ରଖି ଏପରି ପଦକ୍ଷେପ ନିଆଯାଉଛି।

ଜଣେ ପ୍ରଗତିଶୀଳ ନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କାର୍ଯ୍ୟକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ରାମ ମାଧବ ଟ୍ୱିଟ୍ କରି କହିଛନ୍ତି। ଏପରିକି ସେମାନେ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି। ସେମାନେ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବା ମଧ୍ୟ ଉଚିତ୍‌। ତଦନ୍ତ ବେଳେ କୌଣସି ରାଜନୈତିକ ହସ୍ତକ୍ଷେପ ନ ରହୁ ବୋଲି ରାମ ମାଧବ ଟ୍ୱିଟ୍ କରି କହିଛନ୍ତି। ଏହା ସହ ସେ କହିଛନ୍ତି ମୁଁ ନିଶ୍ଚିତ ଯେ, ଆପଣଙ୍କ ସରକାର କୌଣସି ରାଜନୈତିକ ହସ୍ତକ୍ଷେପ କରିବେ ନାହିଁ।

You might also like