ଖୁବ୍‌ ସାହସୀ ଏହି ୩ ଓଡ଼ିଆ ଝିଅ : ଦିଲ୍ଲୀରେ ପୁରସ୍କୃତ ହେବେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ICCW(Indian Council for Child Welfare) ପକ୍ଷରୁ ସାହସୀ ପିଲାଙ୍କର ନାଁ ଘୋଷଣା ହୋଇଛି। ଭାରତୀୟ ବାଳ କଲ୍ୟାଣ ପରିଷଦ ପକ୍ଷରୁ ହୋଇଥିବା ଏହି ତାଲିକାରେ ଓଡ଼ିଶାରୁ ୩ଜଣ ସାମିଲ ହୋଇଛନ୍ତି।

ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଅନୁଗୁଳର ଶ୍ରୀମନ୍ତି ବଦ୍ରା  ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା ଗିରି ଦେବ ଦୂତ ସାଜି ୧୨ଜଣଙ୍କ ଜୀବନ ବଂଚାଇଥିଲେ।

ସେହିପରି ଅନୁଗୁଳର ଶ୍ରୀମନ୍ତି ବଦ୍ରା ଟ୍ରେନ୍‌ ଲାଇନରୁ ତାଙ୍କ ସାଙ୍ଗଙ୍କ ଜୀବନ ବଞ୍ଚାଇଥିଲେ। ୧୯୫୮ ମସିହା ଫବୃଆରୀ ୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଦୁଇଜଣ ପିଲାଙ୍କୁ ସାହସ ଓ ସେବା ପାଇଁ ପୁରସ୍କାର ପ୍ରଦାନ କରିଥିଲେ। ଏହା ପରଠାରୁ ICCW ପ୍ରତିବର୍ଷ ପିଲାଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରି ଆସୁଛିଆ।

You might also like