ଆର୍‌ଟିଓ ଅଫିସରେ ଚାଲିଛି ଦଲାଲ୍‌ଙ୍କ ରାଜ୍‌

ଭୁବନେଶ୍ୱର: ନୂଆ ମୋଟରଯାନ ସଂଶୋଧିତ ଆଇନ୍‌ ଲାଗୁ ହେବାପରେ ଜୋରଦାର ଚାଲିଛି ଧରପଗଡ଼।  ଧରପଗଡ଼ ସହ ମୋଟା ଅଙ୍କର ଜରିମାନା ଗାଡ଼ି ଚାଳକ ଏବଂ ମାଲିକଙ୍କ ହୋସ୍ ଉଡାଇ ଦେଉଛି।  ଟ୍ରାଫିକ ଆଇନକୁ ଅଣଦେଖା କରି ଆସୁଥିବା ଖିଲାପକାରୀ  ନୂଆ ଆଇନର ଜାଲରେ ଫସି ଯାଇଛନ୍ତି।

ଏପଟେ ଆର୍‌ଟିଓ ଅଫିସରେ ବି ସୋରିଷ ପକାଇବାକୁ ଜାଗା ନାହିଁ। ଲୋକମାନେ ବିଭିନ୍ନ କାଗଜପତ୍ର ନେଇ ଆର୍‌ଟିଓ ଅଫିସକୁ ଧାଁ ଦଉଡ଼ କରୁଥିବା ବେଳେ ଏସବୁର ଫାଇଦା ଉଠାଉଛନ୍ତି ଦଲାଲ୍‌। କହିବାକୁ ଗଲେ ଦଲାଲ୍‌ଙ୍କ କବ୍‌ଜାରେ ଏବେ ଆର୍‌ଟିଓ ଅଫିସ। ନୂଆ ଆଇନ୍ ଲାଗୁ ହେବାପରେ ଏମାନଙ୍କର ଭାଉ ଆହୁରି ବଢି ଯାଇଛି।

ଆର୍‌ଟିଓ ଅଫିସରେ କାମ ପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି। କିନ୍ତୁ ଦଲାଲ୍‌ ଭିତରେ ପଶି କାମ କରାଇ ଦେଉଛନ୍ତି। ଯିଏ ପଇସା ଅଧିକ ଦେଲା ତା କାମ ହେଲା। ଅଫିସ୍ ବାହାରେ ଏମାନଙ୍କ ରାଜ୍ ଚାଲିଛି। ଚଣ୍ଡିଖୋଲ, କଟକ, ନୟାଗଡ଼, ରାଜଧାନୀ ଭୁବନେଶ୍ୱର ସମେତ ପ୍ରାୟ ସବୁ ଆର୍‌ଟିଓ ଅଫିସ୍ ଦଲାଲ୍‌ଙ୍କ କବଜାରେ।

ଭୁବନେଶ୍ୱର: 

ରାଜଧାନୀ ଭୁବନେଶ୍ୱର ଆର୍‌ଟିଓ ଅଫିସ୍ ଭିତରେ ଖୁଲମ୍‌ଖୁଲା ଭାବେ ଚାଲିଛି ଦଲାଲ୍‌ଙ୍କ ରାଜ୍‌। ମନ ଇଚ୍ଛା ଦର। ଯାହାକୁ ଯେତେ ପାରିଲେ ସେତେ ଟଙ୍କା ମାଗୁଛନ୍ତି।  ଭୁବନେଶ୍ୱରର  ଆଚାର୍ଯ୍ୟ ବିହାର ସ୍ଥିତ ଆର୍‌ଟିଓ କାର୍ଯ୍ୟାଳୟର ଗେଟ୍ ସମ୍ମୁଖରେ ଏଭଳି ଜଣେ ଦଲାଲ୍‌ଙ୍କ ସହ ଆମ ପ୍ରତିନିଧି କଥା ହୋଇଥିଲେ। କଥା ହେବାପରେ ଜାଣିବାକୁ ମିଳିଥିଲା ଯେ, ଦୁଇ ଚକିଆ ଗାଡ଼ି ଚାଳକଙ୍କ ଡିଲ୍ ପାଇଁ ୨ ହଜାର ଟଙ୍କା। 

କଟକ:

ରାଜଧାନୀ ଭୁବନେଶ୍ୱରରେ ପରି କଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଏଠି ଜଣେ ଦଲାଲ୍‌ଙ୍କ ପାଖରେ ଅସମ୍ଭବ ଗହଳି ଦେଖିବାକୁ ମିଳିଥିଲା। କିଏ ଆଗରୁ ଟଙ୍କା ଦେଇ ଲାଇସେନ୍ସ ନେବାକୁ ଆସିଛି ତ ଆଉ କିଏ ନୂଆ କରି ଆବେଦନ କରିବାକୁ ଆସିଛନ୍ତି। ଏସବୁ ଭିତରେ ଆମ ପ୍ରତିନିଧି ବି ଲାଇସେନ୍ସ କରିବା ବାହାନାରେ ଦଲାଲଙ୍କ ପାଖକୁ ଯାଇ କଥା ହୋଇଥିଲେ।

ରିପୋର୍ଟର: ସାର୍‌ କେତେ ଟଙ୍କା ପଡ଼ୁଛି?

ଦଲାଲ୍: ଟୁ ହ୍ୱିଲର୍‌ ତ? ୧୮୦୦ଟଙ୍କା ପଡ଼ୁଛି। ଦି ଟା ଯାକ ସାଢ଼େ ୩ ହଜାର ଲାଗିବ।

ରିପୋର୍ଟର: କେତେଦିନ ସମୟ ଲାଗିବ?

ଦଲାଲ୍‌: ଆଜି ଆପଣ ଡକ୍ୟୁମେଣ୍ଟ୍‌ ଦେଲେ, କାଲି ମେସେଜ୍‌ ପଳେଇବ। ଯେଉଁଠି ଚେକିଂ ପଡ଼ିଲା ସେଇଠି ମେସେଜ୍‌ ଦେଖେଇଦେବେ।

ନୟାଗଡ଼:

ସେହିପରି ନୟାଗଡ଼ ପରିବହନ କାର୍ଯ୍ୟାଳୟ ସାମ୍ନାରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବାହାରେ ମୋଟର ସାଇକେଲ୍ ଉପରେ ଚାଲିଛି ଆଉ ଗୋଟେ ଅଫିସ୍। ଏକ ମୋଟର ସାଇକେଲ ପାଖରେ ଜଣେ ବ୍ୟକ୍ତି ଛିଡ଼ା ହେବାସହ ଗାଡ଼ି ଉପରେ କିଛି କାଗଜପତ୍ର ରଖାଯାଇଥିବା ଦେଖିବାକୁ ମିଳିଥିଲା। ସତେ ଯେମିତି ଏହି ବ୍ୟକ୍ତିଙ୍କର ଡର ବୋଲି କିଛି ନାହିଁ।  ଆଗ ଟଙ୍କା ତା’ ପରେ କାମ। ଦୁଇ ଚକିଆ ମୋଟର ସାଇକେଲ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ବି ତିନି ଗୁଣା ଅଧିକ ଚାହିଦା। ଇଚ୍ଛା ହେଲେ କର ନ ହେଲେ ନାହିଁ। ଏଠାରେ ଚାରି ଚକିଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ମାଗୁଛନ୍ତି ୩୫୦୦ ଟଙ୍କା।

ରିପୋର୍ଟର: ownership ପରିବର୍ତ୍ତନ କରିବା, ଟୁ-ହ୍ୱିଲର୍‌

ଦଲାଲ୍‌: ଗୋଟେ ଗାଡ଼ି କିଣାବିକା ଫର୍ମ ଯାଇକି ଆଣ, ସେ ଛତା ଟେକା ଗାଡ଼ିରୁ। ଆଉ ଆଧାର କାର୍ଡ କି ଡିଏଲ୍‌ ଜେରକ୍ସ କରିକି ଦେବ।

ରିପୋର୍ଟର: କେତେ ଟଙ୍କା ପଡ଼ିବ?

ଦଲାଲ୍‌: ୧୫୦୦ ଟଙ୍କା ସମୁଦାୟ ଅଫିସିଆଲି ଖର୍ଚ୍ଚ। ଏଇ ଯେଉଁ ନମ୍ବର ଟା ପଡ଼ିବ, ଅନ୍‌ଲାଇନ୍‌ରେ ଟା ହେବ ବୁଝିପାରିଲେ? ଛାଡ଼ ଆଉ ୧୫୦ ଟଙ୍କା ଅଧିକ କରିକି ୧୬୫୦ ଟଙ୍କା ଦେବେ ଫାଇନାଲ୍‌।

ଚଣ୍ଡିଖୋଲ୍‌:

ଠିକ୍ ସେହିପରି ଚଣ୍ଡିଖୋଲ ଆର୍‌ଟିଓ କାର୍ଯ୍ୟାଳୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ବାହାରେ ଲୋକଙ୍କ ଲମ୍ଭା ଲାଇନ୍। ଆଉ ସେପଟେ ଭିଡ଼ ଭିତରେ ପଶି କାମ କରି ନେଉଛନ୍ତି ଦଲାଲ୍। ଆର୍‌ଟିଓଙ୍କ ଠାରୁ ଅଧିକ ଭିଡ ସେମାନଙ୍କ ପାଖରେ। ଏଠି ଦୁଇ ଚକିଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦଲାଲ୍ ମାଗୁଛନ୍ତି ୧୮୦୦ ଟଙ୍କା।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like