ଅନିଛାକୃତ ତ୍ରୁଟି ପାଇଁ ଦୁଃଖିତ: ମାର୍ଚ୍ଚ ୩୧ ଯାଏ ରହିବ କଟକଣା
ଭୁବନେଶ୍ୱର: ବିଦେଶରୁ ଓଡ଼ିଶା ଆସୁଥିବା ଲୋକଙ୍କ ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ ୧୫ ଯାଏ ଚାଲିବ। ଏହି ପ୍ରକ୍ରିୟା ଆଜି ସକାଳୁ ଆରମ୍ଭ ହୋଇଛି। ତେବେ ଗତ ୪ ତାରିଖ ପରଠାରୁ ବିଦେଶରୁ ଆସିଥିବା ସମସ୍ତ ଲୋକ ୪୮ ଘଣ୍ଟା ମଧ୍ୟରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ।
covid19.odisha.gov.in ଏହି ୱେବ୍ସାଇଇଟରେ ପଞ୍ଜିକରଣ ହେଉଛି। ଏଥିସହିତ ବିଦେଶ ଫେରନ୍ତା ଚାହିଁଲେ ଟୋଲ୍ ଫ୍ରି ନମ୍ବର ୧୦୪ରେ ବି ନିଜର ପଞ୍ଜିକରଣ କରାଇପାରିବେ।
ଆବଶ୍ୟକ ହେଲେ ଏପ୍ରିଲ ୧୫ ତାରିଖ ପରେ ବି ପଞ୍ଜିକରଣ ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ।
ତେବେ କରୋନା ନିୟନ୍ତ୍ରଣ ନେଇ ଶିକ୍ଷାନୁଷ୍ଠାନ, ମଲ୍, ସିନେମାହଲ୍, ଜିମ୍ ବନ୍ଦ ଭଳି ଅନ୍ୟ ସବୁ କଟକଣା ଏପ୍ରିଲ ୧୫ ଯାଏଁ ବଢ଼ାଯାଇଥିବା ଓଟିଭିରେ ଭୁଲକ୍ରମେ ପ୍ରସାରଣ ହୋଇଥିଲା। ଏହି ଅନିଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ। ସରକାରଙ୍କ ଘୋଷଣା ମୁତାବକ ଏସବୁ କଟକଣା କେବଳ ମାର୍ଚ୍ଚ ୩୧ ଯାଏଁ ହିଁ ଜାରି ରହି।