ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ବ୍ରାଞ୍ଚ ଉଠାଇ ନେଇଛି। ବିନା ନୋଟିସ୍ରେ ଭୋର୍ରୁ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଉଠାଇ ନେଇଥିବା ତାଙ୍କ ଝିଅ ଗାୟତ୍ରୀ କହିଛନ୍ତି।
ସେ କହିଛନ୍ତି, ଭୋର୍ ସମୟରେ ୪-୫ ଜଣ ଅଧିକାରୀ ଘରେ ପଶି ବାପାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇଗଲେ। ବାପା ଡାଇବେଟିକ୍ ପେସେଣ୍ଟ, ଖାଦ୍ୟ କି ଔଷଧ ଖାଇ ନାହାନ୍ତି। ତାଙ୍କୁ ମେଡିସିନ ଖାଇବାକୁ ମଧ୍ୟ ସୁଯୋଗ ଦେଲେ ନାହିଁ। ଏପରିକି କ୍ରାଇମବ୍ରାଞ୍ଚ ଅଧିକାରୀ ପରିବାର ଲୋକଙ୍କ କୌଣସି ପ୍ରଶ୍ନର ଉତ୍ତର ମଧ୍ୟ ଦେଲେ ନାହିଁ। ଏବେ ବାପାଙ୍କୁ ଫୋନ୍ କଲେ କିଛି ଉତ୍ତର ମିଳୁ ନାହିଁ।
https://youtu.be/i7Jo54htMYA
କେଉଁଠିକି ବାପାଙ୍କୁ ନେଲେ, ତାହା ମଧ୍ୟ ସୂଚନା ଦିଆଯାଇନଥିବା ଗାୟତ୍ରୀ କହିଛନ୍ତି।