ରାଜ୍ୟରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହେବା ଭଳି ଲାଗୁଛି-ସୁରମା ପାଢୀ

ଭୁବନେଶ୍ୱର: OTV ସିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ସ୍ତରରେ ତୀବ୍ର ସମାଲୋଚନା କରାଯାଉଛି। ଏହି ଘଟଣାକୁ ବିଜେପି ନେତ୍ରୀ ସୁରମା ପାଢ଼ୀ ତୀବ୍ର ସମାଲୋଚନା କରିବା ସହ ଆଇନ ତା ବାଟରେ ଯାଉ ବୋଲି କହିଛନ୍ତି। ଆଇନ ବାଟବଣା ନହେଉ ।

ରାଜ୍ୟ ସରକାର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି । ଏହା ପୂର୍ବରୁ ଜଣେ ଓଟିଭି କର୍ମଚାରୀଙ୍କୁ ପୋଲିସ ଉଠାଇ ନେଇଥିଲା। ଏବେ ଆଉ ଜଣେ କର୍ମଚାରୀଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଏହା ପଛରେ ତଦନ୍ତ ନାଁରେ ମିଡିଆ ହାଉସ ଉପରେ ଚାପ ପକାଇବାକୁ ସରକାର ଚାହୁଁଥିବା ମନେ ହେଉଛି।  ଏ ରାଜ୍ୟରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହେବା ଭଳି ସ୍ଥିତି ଦେଖାଦେଇଛି । ଏହା ପଛରେ କିଛି ଅଭିସନ୍ଧି ଥିବା ପରି ମନେ ହେଉଛି ବୋଲି କହିଛନ୍ତି ସୁରମା ପାଢୀ।

ସୂଚନାଥାଉ କି, କ୍ରାଇମ୍‌ବ୍ରାଞ୍ଚ  ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଆଜି ଉଠାଇ ନେଇଛି। ତେବେ କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବାରୁ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ପରିବାର ଲୋକେ ଚିନ୍ତାରେ ଅଛନ୍ତି।

You might also like